ପଂଜାବ: କଂଗ୍ରେସ ସାଂସଦ କହିଲେ- ସିଦ୍ଧୁ ଅନ୍ୟ ଏକ ଦଳ ଗଢ଼ିଲେ ଭଲ, ସେ କାହା ସହିତ କାମ କରିପାରିବେନି
Khabar Odisha:Politics-Congress-leader-MP-Ravneet-Singh-Bittu-blast-Navjot-Singh-Sidhus-behavior-during-Rahul-Gandhi-tractor-protest-agricultural-ordinanc

ନୂଆଦିଲ୍ଲୀ, ଅକ୍ଟୋବର ୧୨ (ଖବର ଓଡ଼ିଶା): କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ କେନ୍ଦ୍ରୀୟ କୃଷି ଆଇନ ବିରୋଧରେ ପଂଜାବରେ କରାଯାଇଥିବା ଟ୍ରାକ୍ଟର ବିରୋଧୀ ଅଭିଯାନ ସମୟରେ ନଭଜ୍ୟୋତ ସିଂହ ସିଦ୍ଧୁଙ୍କ ବ୍ୟବହାର ନେଇ ତାଙ୍କ ବିରୋଧରେ ପଂଜବାର ନେତା ସ୍ୱର ଉଠାଇବାରେ ଲାଗିଛନ୍ତି । କଂଗ୍ରେସ ସାଂସଦ ରୱନୀତ ସିଂହ ବିଟ୍ଟୁ ଚେତାବନୀ ଦେଇ କହିଛନ୍ତି, ସିଦ୍ଧୁ ଅଲଗା ଏକ ପାଟି ଗଢ଼ନ୍ତୁ । କଂଗ୍ରେସର କ୍ଷତି ନ କରନ୍ତୁ ।  

ପଂଜାବର ଲୁଧିଆନାରୁ କଂଗ୍ରେସ ସାଂସଦ ନିଜର ଫେସବୁକ ଆକାଉଣ୍ଟରେ ଏକ ଭିଡିଓ ଜାରି କରି କହିଛନ୍ତି, ନଭଜ୍ୟୋତ ସିଂହ ସିଦ୍ଧୁ ସାଂସଦ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟକ୍ରମ ସମୟରେ ଯେଭଳି ଭାବେ ନିଜର ଆଚରଣ ପ୍ରଦର୍ଶନ କରିଥିଲେ, ତାଙ୍କ ଯୋଗୁଁ ଟିଭି ଚ୍ୟାନେଲରେ ରାହୁଲଙ୍କ କମ ଆଲୋଚନା ହେଉଛି । ବରଂ ନଭଜ୍ୟୋତ ସିଦ୍ଧୁଙ୍କ ଅସନ୍ତୋଷ ନେଇ ଅଧିକ ଆଲୋଚନା ହେଉଛି । 

ନୱନୀତ କହିଛନ୍ତି, ନଭଜୋତ ଯୋଗୁଁ କଂଗ୍ରେସକୁ ବହୁ କ୍ଷତି ହେଉଛି । ସେ କୌଣସି ଦଳ ଅଥିବା ନେତାଙ୍କ ଅଧିନରେ କାମ କରିପାରିବେ ନାହିଁ । ଏଭଳି ଲୋକ ନିଜେ ଦଳ ଗଢ଼ିବା ଦରକାର । ସିଦ୍ଧୁ ରାଜନୀତିକୁ ଟି-୨୦ ମ୍ୟାଚ ଭଳି ଦେଖୁଛନ୍ତି । କିନ୍ତୁ ତାଙ୍କୁ ବୁଝିବାର ଅଛି ଯେ, ରାଜନୀତିରେ ଲୋକଙ୍କୁ ନେଇ ଚାଲିବାକୁ ହୋଇଥାଏ । 

 

  • Tags:

Subscribe

National International State Sports Entertainment