୨୪ରୁ ଲୋକସଭା ନିର୍ବାଚନ ପାଇଁ ଯୁଗ୍ମ ଅଭିଯାନ ଆରମ୍ଭ କରିବ ବିଜେପି-ଶିବସେନା
Khabar Odisha:Politics-BJP-Shiv-Shena-BJP-Shiv-Sena-to-begin-joint-Lok-Sabha-poll-campaign-from-March-24

ମୁମ୍ବାଇ, ମାର୍ଚ୍ଚ ୧୫ (ଖବର ଓଡ଼ିଶା): ସପ୍ତଦଶ ଲୋକସଭା ନିର୍ବାଚନ ପାଇଁ ଦେଶର ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତ ଥିବା ବେଳେ ଭାରତୀୟ ଜନତା ପାର୍ଟି ଏବଂ ଶିବସେନା ମାର୍ଚ୍ଚ ୨୪ରୁ ଯୁଗ୍ମ ଭାବରେ ପ୍ରଚାର କରିବାକୁ ଅଣ୍ଟା ଭିଡିଛନ୍ତି । ଏହି ରାଲି ମହାରାଷ୍ଟ୍ରର କୋହ୍ଲାପୁର ଠାରୁ ଆରମ୍ଭ ହେଉଥିବା ଏକ ଯୁଗ୍ମ ବୟାନରେ ଉଭୟ ପାର୍ଟି ପକ୍ଷରୁ ସ୍ପଷ୍ଟ କରାଯାଇଛି । ବିଜେପି-ଶିବସେନାର ପ୍ରଥମ ଯୁଗ୍ମ ରାଲି ମାର୍ଚ୍ଚ ୨୪ରେ ଆରମ୍ଭ ହେବ । ଏହି ଅବସରରେ ଦଳୀୟ ନେତା ଓ କର୍ମୀଙ୍କ ଉପସ୍ଥିତିରେ ଏକ ସଭା ଅନୁଷ୍ଠିତ ହେବ । ଏନେଇ ମାର୍ଚ୍ଚ ୧୫, ମାର୍ଚ୍ଚ ୧୭ ଏବଂ ମାର୍ଚ୍ଚ ୧୮ରେ ବିଭିନ୍ନ ସ୍ଥାନରେ ବୈଠକ ବସିବ । ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ଓ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ବୈଠକକୁ ସମ୍ବୋଧନ କରିବେ । 

ସୂଚନା ଅନୁସାରେ ଦଳୀୟ କର୍ମୀଙ୍କ ସହ ବୈଠକ ପରେ ବରିଷ୍ଠ ନେତାଙ୍କ ନେତୃତ୍ୱରେ ମାର୍ଚ୍ଚ ୨୪ରେ କୋହ୍ଲାପୁରରେ ଏକ ବିଶାଳ ଯୁଗ୍ମ ରାଲି ଅନୁଷ୍ଠିତ ହେବ । ବୈଠକରେ ମୁମ୍ବାଇରେ ଏକ ବୈଠକ ପାଇଁ ତାରିଖ ନିର୍ଦ୍ଧାରଣ ହେବ । ସୂଚନାଯୋଗ୍ୟ ଗତ ଫେବୃୟାରୀରେ ବିଜେପି-ଶିବସେନା ଯୁଗ୍ମଭାବରେ ଲଢ଼େଇ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ମହାରାଷ୍ଟ୍ରରେ ବିଜେପି ୨୫ଟି ଆସନରେ ଏବଂ ଶିବସେନା ୨୩ଟି ଆସନରେ ପ୍ରାର୍ଥୀ ଦେବ । ଉଭୟ ପାର୍ଟି ମଧ୍ୟରେ ଦଶନ୍ଧି ଧରି ମେଣ୍ଟ ହୋଇଛି ।

ବର୍ଷ ୨୦୧୪ରେ କିଛି ସମୟ ପାଇଁ ଏହି ୨ ଦଳ ମଧ୍ୟରେ ମେଣ୍ଟ ଭାଙ୍ଗି ଯାଇଥିଲା । ମାତ୍ର ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ପୁଣି ଥରେ ମେଣ୍ଟ ଯୋଡ଼ି ହୋଇଯାଇଥିଲା । ବହାରାଷ୍ଟ୍ର ବିଧାନସଭାରେ ବିଜେପି ବଡ଼ ଭାଗ ଦାବି କରିଥିଲା । ୨୮୮ ଆସନ ବିଶିଷ୍ଟ ବିଧାନସଭାରେ ବିଜେପି ୧୨୨ଟିରେ ବିଜୟୀ ହୋଇଥିବା ବେଳେ ଶିବସେନାକୁ ୬୩ ଆସନ ମିଳିଥିଲା । ସେହିପରି ୨୦୧୪ ଲୋକସଭା ନିର୍ବାଚନରେ ମହାରାଷ୍ଟ୍ରର ୪୮ ଆସନରୁ ବିଜେପି-ଶିବସେନା ମେଣ୍ଟକୁ ୪୧ଟି ଆସନରେ ବିଜୟ ମିଳିଛି । 

 

 

  • Tags:

Subscribe

National International State Sports Entertainment