ପିପିଲି ଉପନିର୍ବାଚନ: ନିର୍ବାଚନୀ ପ୍ରଚାରରେ କମ୍ପୁଛି ପିପିଲି, କିଏ ମାରିବ ବାଜି?
Khabar Odisha:Pipili-by-election-Pipili-trembles-in-election-campaign

ପିପିଲି, ସେପ୍ଟେମ୍ବର ୨୨ (ଖବର ଓଡ଼ିଶା): ଆଗକୁ ଆସୁଛି ପିପିଲି ଉପନିର୍ବାଚନ । ହାତରେ ଆଉ ମାତ୍ର ୮ ଦିନର ସମୟ ରହିଥିବା ବେଳେ ସୋମବାର ଠାରୁ ଆରମ୍ଭ ହୋଇଛି ପ୍ରଚାର ।

ତିନି ପ୍ରମୁଖ ଦଳର ତୁଙ୍ଗ ନେତା ମାନେ ଏବେ ପିପିଲି, ଡେଲାଙ୍ଗ ଅଞ୍ଚଳରେ ଡେରା ପକାଇଥିବା ବେଳେ ସରଗରମ ହୋଇଛି ପ୍ରଚାର ମଇଦାନ । ଷ୍ଟାର କ୍ୟାମ୍ପେନର ମାନଙ୍କ ଦ୍ୱାରା ପ୍ରଚାର ଆରମ୍ଭ କରାଯାଇଛି । 

ବିଜେଡି ଓ ବିଜେପି ମଧ୍ୟରେ କଡ୍ଡା ଟକ୍କର ଦେଖିବାକୁ ମିଳୁଥିବା ବେଳେ ପଛରେ ପଡିନାହିଁ କଂଗ୍ରେସ । କଂଗ୍ରେସ ମଧ୍ୟ ପିପିଲିରେ ଜୋରସୋରରେ କସରତ କରୁଥିବାର ଦେଖିବାକୁ ମିଳିଛି ।

ତେବେ କରୋନା କଟକଣା ମଧ୍ୟରେ ପିପିଲି ଉପନିର୍ବାଚନ ହେବାକୁ ଯାଉଛି । ପ୍ରଚାର ପାଇଁ ମଧ୍ୟ ହାତରେ ସୀମିତ ସମୟ ରହିଛି । ସେପ୍ଟେମ୍ବର ୩୦ରେ ପିପିଲିରେ ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି । 

ବିଜେଡ଼ି ଗଡ ବଜାୟ ରଖିବ ନା ବିଜେପି ବାଜି ମାରିନେବ ଏବେ ତାହା ଉପରେ ସମସ୍ତଙ୍କ ନଜର ରହିଛି । ପିପିଲିର ଏଭଳି ନିର୍ବାଚନା ତାତି ମଧ୍ୟରେ ଘରକୁ ଘର ବୁଲି ଦଳୀୟ ପ୍ରାର୍ଥୀ ମାନଙ୍କ ପାଇଁ ଭୋଟ୍ ମାଗିଛନ୍ତି ବିଭିନ୍ନ ଦଳର ହେଭିୱେଟ୍ ନେତା ଓ ଷ୍ଟାର କ୍ୟାମ୍ପେନର ।

  • Tags:

Subscribe

National International State Sports Entertainment