ପୁରୀ ନିମାପଡା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ନିଜ ନିର୍ବାଚନ ମଣ୍ଡଳୀରେ ବିରୋଧ କରାଯାଇଛି । ପୁରୀ ବେଦପୁର ପଞ୍ଚାୟତ କୋଠାଘର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯିବାବେଳେ ସମୀରଙ୍କୁ ବିରୋଧ କରିଛନ୍ତି କିଛି ଅସନ୍ତୁଷ୍ଟ ଥିବା ଯୁବକ । କଳାପତାକା ଦେଖାଇ ବିଧାୟକଙ୍କ ଗାଡି ଆଗରେ ପ୍ରତିବାଦ କରିଛନ୍ତି । ଏଥିସହ ସମୀରଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି । ବିରୋଧ କରିଥିବା ଯୁବକମାନେ ବିଜେଡି ଦଳର ଅସନ୍ତୁଷ୍ଟ କର୍ମୀ ବୋଲି ସୂଚନା ମିଳିଛି । ଏହାକୁ ନେଇ ଘଟଣାସ୍ଥଳରେ ଉତେଜନା ଲାଗି ରହିଥିଲା । ତେବେ ଉକ୍ତ ରାସ୍ତା ବଦଳାଇ ବିଧାୟକ ସମୀର ଦାଶ କାର୍ଯ୍ୟକ୍ରମ ସ୍ଥଳକୁ ଯାଇଥିବା ଜଣାପଡିଛି ।
ଅଧିକ ପଢନ୍ତୁ:- ଓଡିଶାରେ ଗଡ଼ିଲା ୨ୟ ବନ୍ଦେ ଭାରତ ଏକ୍ସପ୍ରେସ