ରାହୁଲ ଗାନ୍ଧୀଙ୍କୁ ଜିତେନ୍ଦ୍ର ସିଂହଙ୍କ ଜବାବ, "ତାଙ୍କୁ ଭଲ ଲାଗିବା ପାଇଁ ଉଚ୍ଛେଦ କରାଯାଇନି ଧାରା 370"
Khabar Odisha:National-news-Article-370-Jammu-Kashmir-Union-Minister-Jitendra-Singh-Attacks-On-Rahul-Gandhi
ନୂଆଦିଲ୍ଲୀ,ଅଗଷ୍ଟ ୧୧ (ଖବର ଓଡ଼ିଶା):

ଜାମ୍ମୁ ଓ କାଶ୍ମୀରରେ ଅଶାନ୍ତି ସୃଷ୍ଟି ହୋଇଥିବା ନେଇ ରାହୁଲଙ୍କ ଅଭିଯୋଗ ଉପରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଜବାବ ଦେଇଛନ୍ତି । ରାହୁଲ ଗାନ୍ଧୀଙ୍କୁ ଜବାବ ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଉପତ୍ୟକାରେ ଶାନ୍ତି ରହିଛି ଏବଂ ଧିରେ ଧିରେ ଧାରା 144 ହଟାଯାଉଛି । ସେ କହିଛନ୍ତି ଯେ କାଶ୍ମୀରର ଜନତା ଧାରା 370କୁ ଉଚ୍ଛେଦ କରିବା ନେଇ ଉତ୍ସବ ପାଳନ କରୁଛନ୍ତି । ଇଦର ଦିନକ ପୂର୍ବରୁ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରି ଜିତେନ୍ଦ୍ର ସିଂହ କହିଛନ୍ତି ପ୍ରତି ବର୍ଷ ତୁଳନାରେ ଚଳତ ଥର ଇଦରେ ଶାନ୍ତିପୂର୍ଣ୍ଣ ପରିବେଶ ରହିଛି ।

ଧାରା  370କୁ ଉଚ୍ଛେଦ କରିବା ନିଷ୍ପତି ଉପରେ ରାହୁଲ ଗାନ୍ଧୀ ଉଠାଇଥିବା ପ୍ରଶ୍ମ ଉପରେ ମଧ୍ୟ ସେ କଡା ଜବାବ ଦେଇଛନ୍ତି । ଜିତେନ୍ଦ୍ର ସିଂହ କହିଛନ୍ତି ଏହି ନିଷ୍ପତି ରାହୁଲ ଗାନ୍ଧୀଙ୍କ କାନକୁ ଶୁଣିବାକୁ ଭଲ ଲାଗିବ ବୋଲି ନିଆଯାଇନି । ରାହୁଲ ଗାନ୍ଧୀ ଏବଂ ତାଙ୍କ ସହଯୋଗୀମାନେ ସେହି ଲୋକମାନଙ୍କ ମଧ୍ୟରେ ସାମିଲ ଯେଉଁମାନେ କାଶ୍ମୀରରେ ଅନିଶ୍ଚିତତାର ମାହୋଲ ସୃଷ୍ଟି କରି ଭୟଭୀତ କରାଉଛନ୍ତି ।

ସୂଚନାଯୋଗ୍ୟ ଯେ ରାହୁଲ ଗାନ୍ଧୀ ଶନିବାର ରାତିରେ ପାର୍ଟିର କାର୍ଯ୍ୟକାରିଣୀ ବୈଠକ ପରେ କହିଥିଲେ ଯେ ଜାମ୍ମୁ ଓ କାଶ୍ମୀରରେ ଲୋକେ ମରୁଛନ୍ତି । ସରକାରକୁ ଏହା ଉପରେ ଜବାବ ଦେବା ଦରକାର ।  

Subscribe

National International State Sports Entertainment