ନୂଆଦିଲ୍ଲୀ, ସେପ୍ଟେମ୍ବର ୧୮ (ଖବର ଓଡ଼ିଶା): ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀରେ ଆମ ଆଦମୀ ପାର୍ଟି (ଆପ୍)ର ରାଷ୍ଟ୍ରୀୟ ଜନପ୍ରତିନିଧି ସମ୍ମିଳନୀ ରବିବାର ଇନ୍ଦିରା ଗାନ୍ଧି ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ହେବ । ଆପ୍ର ରାଷ୍ଟ୍ରୀୟ ସଂଯୋଜକ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ସମ୍ମିଳନୀରେ ଅଧ୍ୟକ୍ଷତା କରିବେ । କୁହାଯାଉଛି ଯେ, ଏହି ସମ୍ମିଳନୀରେ ୨୦ଟି ରାଜ୍ୟରୁ ୧୫୦୦ରୁ ଅଧିକ ଜନପ୍ରତିନିଧି ଅଂଶଗ୍ରହଣ କରିବେ ।
ଆମ ଆଦମୀ ପାର୍ଟି ଦେଶବ୍ୟାପୀ ନିଜର ସଂଗଠନ ପାଇଁ ଚୟନିତ ହୋଇଥିବା ଜନପ୍ରତିନିଧିଙ୍କୁ ସମ୍ମିଳନୀରେ ଅଂଶଗ୍ରହଣ କରିବା ଲାଗି ନିମନ୍ତ୍ରିତ କରିଛି । ଆପ୍ର ଚୟନିତ ଜନପ୍ରତିନିଧିଙ୍କ ଏହା ହେଉଛି ପ୍ରଥମ ରାଷ୍ଟ୍ରୀୟ ଜନପତ୍ରିନିଧି ସମ୍ମିଳନୀ । ଏହି ସମ୍ମିଳନୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସହିତ ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନ୍ଙ୍କ ବ୍ୟତୀତ ଦେଶବ୍ୟାପୀ ଆପ୍ର ବିଧାୟକ, ରାଜ୍ୟସଭା ସାଂସଦ, ପାର୍ଷଦ, ଜିଲ୍ଲା ପଂଚାୟତ ସଦସ୍ୟ, ଚେୟାରମ୍ୟାନ, ମେୟର, ବ୍ଲକ ସଭାପତି ସକେତ ଅନ୍ୟ ଜନପ୍ରତିନିଧି ସାମିଲ ହେବେ ।
ସମ୍ମିଳନୀ ପାଇଁ ଆପ୍ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଦଳକୁ ମଜବୁତ କରିବା ପାଇଁ କେଜ୍ରିୱାଲ କର୍ମୀମାନଙ୍କୁ ମନ୍ତ୍ର ଦେବେ ।