ନୂଆଦିଲ୍ଲୀ: କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ସଂସଦର ଚଳିତ ଅଧିବେଶନରେ ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ବିଧେୟକ ଉପସ୍ଥାପନ କରି ପାରନ୍ତି। ସରକାରୀ ସୂତ୍ର ଅନୁଯାୟୀ, ସରକାର ଶୀତକାଳୀନ ଅଧିବେଶନରେ ଏହି ବିଧେୟକ ଉପସ୍ଥାପନ କରିବାକୁ ପ୍ରସ୍ତୁତି କରୁଛନ୍ତି। କେନ୍ଦ୍ରୀୟ କ୍ୟାବିନେଟ୍ ପ୍ରଥମରୁ ହିଁ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ଉପରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ କମିଟିର ରିପୋର୍ଟକୁ ମଞ୍ଜୁରୀ ଦେଇ ସାରିଛନ୍ତି। ସରକାର ଏହି ବିଧେୟକ ଉପରେ ସହମତି ଆଣିବାକୁ ଚାହୁଁଛନ୍ତି ଏବଂ ବିସ୍ତୃତ ଚର୍ଚ୍ଚା ପାଇଁ ଏହାକୁ ଯୁଗ୍ମ ସଂସଦୀୟ କମିଟି(ଜେପିସି) ନିକଟକୁ ପଠାଇବାକୁ ଚାହାନ୍ତି।
ସରକାର ଚାହାନ୍ତି, ରାମନାଥ କୋବିନ୍ଦଙ୍କ ନେତୃତ୍ଵାଧୀନ ବିଶେଷଜ୍ଞ କମିଟିଙ୍କ ୧୮ ହଜାର ୬୩୬ ପୃଷ୍ଠାର ରିପୋର୍ଟ ଉପରେ ବିସ୍ତୃତ ଆଲୋଚନା ଚାହାନ୍ତି। ସରକାର କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂ, କିରଣ ରିଜିଜୁ ଓ ଅର୍ଜୁନରାମ ମେଘଓ୍ଵାଲ ବିରୋଧୀ ନେତାଙ୍କ ସହିତ ବୈଠକ କରି ସାଧାରଣ ସହମତି ବନାଇବାକୁ କହିଛନ୍ତି।
ଜେପିସି ସମସ୍ତ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିଙ୍କ ସହ ଏହି ବିଧେୟକ ଉପରେ ବିସ୍ତୃତ ଆଲୋଚନା କରିବ। ଏହି ପ୍ରକ୍ରିୟାରେ ଅନ୍ୟ ହିତଧାରକଙ୍କ ସହ ମଧ୍ୟ ଆଲୋଚନା କରିବ। ଏହି ପ୍ରକ୍ରିୟାରେ ସମଗ୍ର ଦେଶର ବୁଦ୍ଧିଜୀବୀଙ୍କ ସହିତ ସମସ୍ତ ରାଜ୍ୟର ବିଧାନସଭାର ବାଚସ୍ପତିଙ୍କୁ ମଧ୍ୟ ଡକାଯାଇପାରେ। ଏହା ବ୍ୟତୀତ ସାଧାରଣ ଜନତାଙ୍କ ରାୟ ମଧ୍ୟ ନିଆଯାଇପାରେ। କାରଣ ସାଧାରଭ ସହମତି ବିନା ସଂପ୍ରତି ନିର୍ବାଚନ ବ୍ୟବସ୍ଥାକୁ ବଦଳାଇବା ବହୁତ କଠିନକର ହୋଇପାରେ।
ବିଶେଷଜ୍ଞଙ୍କ ଅନୁଯାୟୀ, ଗୋଟିଏ ରାଷ୍ଟ୍ର ଗୋଟିଏ ନିର୍ବାଚନ ଯୋଜନା ଲାଗୁ କରିବା ପାଇଁ ସମ୍ବିଧାନର ସଂଶୋଧନ ହେତୁ ଅତି କମରେ ଛଅ ବିଧେୟକ ଆଣିବାକୁ ପଡ଼ିବ। ଏଥିସହ ସରକାରଙ୍କ ସଂସଦରେ ଦୁଇ ତୃତୀୟାଂଶ ବହୁମତ ଆବଶ୍ୟକ ପଡ଼ିବ। ଏମିତିରେ ସଂସଦର କୌଣସି ବି ଗୃହରେ ଦୁଇ ତୃତୀୟାଂଶ ବହୁମତ ହାସଲ କରିବା ସରକାରଙ୍କ ପାଇଁ କଷ୍ଟକର ହୋଇପାରେ।