ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପୁଣି ଥରେ ନୂଆଦିଲ୍ଲୀ ସିଟରୁ ହାରିବା ନେଇ କେନ୍ଦ୍ର ସରକାରଙ୍କ ଉପରେ ବଡ ଅଭିଯୋଗ ଲଗାଇଛନ୍ତି । ଦିଲ୍ଲୀରେ ନିଜ ସରକାର ସହିତ ନିିଜ ସିଟ୍ ହରାଇବାର ଅନେକ ମାସ ପରେ ଅରବିନ୍ଦ କେଜରିୱାଲ ପୁଣି ଥରେ ନିଜର ଦୁଃଖ ପ୍ରକାଶ କରି ଭୋଟର ତାଲିକାରେ ଗଡବଡର ଅଭିଯୋଗ ଲଗାଇଛନ୍ତି ।
ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତଙ୍କ ପୁସ୍ତକ ବିମୋଚନ ଅବସରରେ ଅରବିନ୍ଦ କେଜରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରି ନିଜ ପରାଜୟର ଉଲ୍ଲେଖ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ଯେବେ ସେ ଜେଲରେ ଥିଲେ ବିଜେପି ବଡ ସଂଖ୍ୟାରେ ଭୋଟରଙ୍କ ନାମ କାଟିଥିଲା । ଏହି କାରଣରୁ ସେ ପରାଜୟ ଭୋଗିଥିଲେ ।
ଅରବିନ୍ଦ କେଜରିୱାଲ ଦାବି କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ପାତାଳଗାମୀ ହୋଇ ସାରିଛି ଏବଂ ସେ ପ୍ରଧାନମନ୍ତ୍ରୀ ଭାବେ ୨୦୨୬ ବର୍ଷ ପୂରା କରି ପାରିବେ ନାହିଁ । ପ୍ରଶ୍ନ ଉଠୁଛି ବିଜେପି ଓ ମୋଦୀ କେମିତି ନିର୍ବାଚନ ଜିତୁଛନ୍ତି । ଯେବେ ମୁଁ ଜେଲ୍ ଗଲି ତା ପୂର୍ବରୁ ମୋତେ ୧.୪୮ ଲକ୍ଷ ଭୋଟ୍ ମିଳିଥିଲା । ଯେବେ ମୁଁ ଜେଲରୁ ଫେରି ଆସିଲି ଲକ୍ଷେ ୬ ହଜାର ଭୋଟ୍ ବଞ୍ଚିଥିଲା । ୪୨ ହଜାର ଭୋଟ୍ ମୋଦୀ ସରକାର କାଟି ଦେଲେ । ପ୍ରାୟ ୩୦ ପ୍ରତିଶତ ଭୋଟ୍ ମୋର ବିଧାନସଭାରୁ କାଟି ଦିଆଗଲା । ଆଉ ପ୍ରତିପକ୍ଷ ୩ ହଜାର ଭୋଟରେ ଜିତିଗଲା । ବେଇମାନି କରି, ଜାଲିଆତି କରି, ଇଭିଏମ ଟାମ୍ପରିଂ କରି ନିର୍ବାଚନ ଜିତିଲେ ।
Also Read: ଅନ୍ୟ ଧର୍ମରେ ଧର୍ମାନ୍ତରୀକରଣରେ ମିଳିବନି ଅନୁସୂଚିତ ଜାତିର ମାନ୍ୟତା, SCଙ୍କ ବଡ ନିଷ୍ପତ୍ତି