ନୂଆଦିଲ୍ଲୀ: ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ମାମଲାରେ ସୁପ୍ରିମକୋର୍ଟ ବଡ ନିଷ୍ପତ୍ତି ଶୁଣାଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ଯଦି କୌଣସି ବ୍ୟକ୍ତି ଖ୍ରୀଷ୍ଟିୟାନ ଧର୍ମରେ ଧର୍ମାନ୍ତରୀକରଣ ହୁଏ ତଥାପି ତାଙ୍କୁ ଅନୁସୂଚିତ ଜାତିର ମାନ୍ୟତା ମିଳିବ ନାହିଁ । ମଙ୍ଗଳବାର ବିଚାରପତି ପିକେ ମିଶ୍ର ଓ ବିଚାରପତି ଏନଭି ଅଞ୍ଜାରିଆଙ୍କ ପୀଠ ମାମଲାର ଶୁଣାଣି କରିଥିଲେ । ପ୍ରଶ୍ନ ଥିଲା ଯେ, ହିନ୍ଦୁ ଧର୍ମ ଛାଡି ଖ୍ରୀଷ୍ଟିୟାନ ଧର୍ମ ଗ୍ରହଣ କରୁଥିବା ବ୍ୟକ୍ତି ଏସସି/ଏସଟିରେ ସାମିଲ୍ ପାଇଁ ଦାବି କରି ପାରିବେ ନାହିଁ ।
ସୁପ୍ରିମକୋର୍ଟ ଆନ୍ଧ୍ର ପ୍ରଦେଶ ଉଚ୍ଚ ନ୍ୟାୟାଳୟର ଆଦେଶକୁ ବଳବତ୍ତର ରଖିଛନ୍ତି । ବାର ଆଣ୍ଡ ବେଞ୍ଚ ଅନୁସାରେ ସୁପ୍ରିମକୋର୍ଟ କହିଛନ୍ତି, କୌଣସି ବି ବ୍ୟକ୍ତି ଯିଏ ହିନ୍ଦୁ, ଶିଖ କିମ୍ବା ବୌଦ୍ଧ ଧର୍ମ ବ୍ୟତୀତ ଅନ୍ୟ ଧର୍ମକୁ ମାନିଥାଏ ସେ ଅନୁସୂଚିତ ଜାତିର ସଦସ୍ୟ ହୋଇ ପାରିବ ନାହିଁ । କୌଣସି ଅନ୍ୟ ଧର୍ମକୁ ପରିବର୍ତ୍ତନ କଲେ ଅନୁସୂଚିତ ଜାତିର ମାନ୍ୟତା ମିଳିବ ନାହିଁ ।
ପୀଠ କହିଛନ୍ତି, ଏହି ମାମଲାରେ ଯାଚିକାକର୍ତ୍ତା ଏହି ଦାବି କରି ନାହାନ୍ତି ଯେ, ସେ ଖ୍ରୀଷ୍ଟିୟାନ ଧର୍ମ ଛାଡି ନିଜର ମୂଳ ଧର୍ମକୁ ଆପଣେଇଛନ୍ତି । ଏହା ପ୍ରମାଣିତ ହେଉଛି ଯେ, ଆବେଦନକାରୀ ଲଗାତାର ଖ୍ରୀଷ୍ଟିୟାନ ଧର୍ମ ମାନି ଆସୁଥିଲେ ଏବଂ ଏକ ଦଶନ୍ଧିରୁ ଅଧିକ ସମୟ ଧରି ପାଦରି ଭାବେ କାମ କରି ଚାଲିଥିଲେ । ତାଙ୍କର ଗାଁ ଘରେ ନିୟମିତ ରବିବାର ପ୍ରାର୍ଥନା ସଭା ଆୟୋଜିତ ହେଉଥିଲା । ତେଣୁ ଧର୍ମ ପରିବର୍ତ୍ତନ କଲେ ଏସସି ଓ ଏସଟି ମାନ୍ୟତା ମିଳିବ ନାହିଁ ।
Also read: ବକ୍ସ ଅଫିସରେ ସୁନାମି ମଧ୍ୟରେ ‘ଧୁରନ୍ଧର ୨’କୁ ବ୍ୟାନ୍ କରିବା ପାଇଁ ଦାବି, କିନ୍ତୁ କାହିଁକି?