ମାତ୍ର ଗୋଟିଏ ଥର ବିଧାୟକ ହୋଇ ଗୁଜୁରାଟ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଭୁପେନ୍ଦ୍ର ପଟେଲ
Khabar Odisha:However-Bhupendra-Patel-is-set-to-become-the-next-Chief-Minister-of-Gujarat

ନୁଆଦିଲ୍ଲୀ, ସେପ୍ଟେମ୍ବର୧୨ (ଖବର ଓଡ଼ିଶା): ମାତ୍ର ଗୋଟିଏ ଥର ବିଧାୟକ ହୋଇ ଗୁଜୁରାଟ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଭୁପେନ୍ଦ୍ର ପଟେଲ । ବିଜୟ ରୁପାନି ଗୁଜୁରାଟର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର ଗୋଟିଏ ଦିନ ପରେ ତାଙ୍କର ଉତ୍ତରାଧିକାରୀ ଭାବରେ ଭୁପେନ୍ଦ୍ର ଗୁଜୁରାଟର ପରବର୍ତ୍ତି ମୁଖ୍ୟମନ୍ତ୍ରୀ ହେବେ ବୋଲି ସ୍ଥିର ହୋଇଛି । ରବିବାର ଗାନ୍ଧିନଗରରେ ବିଜେପି ବିଧାନସଭା ପାର୍ଟି ବେଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଘାଟଲୋଡିଆ ବିଧାନସଭାର ଜଣେ ବିଧାୟକ ଯିଏକି ପଟେଲ ସଂମ୍ପ୍ରଦାୟରୁ ଆସିଛନ୍ତି । ପୁର୍ବରୁ ସେ ଅହମ୍ମଦାବାଦରେ ମେମନଗର ପୌରପାଳିକାର ସଭାପତି ଏବଂ ଅହମ୍ମଦାବାଦ ମ୍ୟୁନିସିପାଲ କର୍ପୋରେସନ ତଥା ଅହମ୍ମଦାବାଦ ସହରାଞ୍ଚଳ ବିକାଶ ପ୍ରାଧିକରଣର ସ୍ଥାୟୀ କମିଟି ସଭାପତି ଭାବରେ କାର୍ଯ୍ୟ କରିଛନ୍ତି।

ସେ ଘାଟଲୋଡିଆ ନିର୍ବାଚନମଣ୍ଡଳୀରୁ ୨୦୧୭ ଗୁଜୁରାଟ ବିଧାନସଭା ନିର୍ବାଚନରେ ଜିତି କଂଗ୍ରେସ ପ୍ରାର୍ଥୀ ଶଶିକାନ୍ତ ପଟେଲଙ୍କୁ ଏକ ଲକ୍ଷ ଭୋଟ ବ୍ୟବଧାନରେ ପରାସ୍ତ କରି ୨୦୧୭ ଗୁଜୁରାଟ ନିର୍ବାଚନରେ ସର୍ବାଧିକ ଭୋଟ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି। ସେ ଗୁଜୁରାଟର ପୂର୍ବତନ ସିଏମ୍ ଆନନ୍ଦିବାନ୍ ପଟେଲଙ୍କ ନିକଟତର ବୋଲି ବିବେଚନା କରାଯାଏ, ଯିଏକି ୨୦୧୨ ମତଦାନରେ ଏହି ଆସନରୁ ଜିତିଥିଲେ ଏବଂ ରାଜ୍ୟପାଳ ଭାବରେ ନିଯୁକ୍ତ ହେବା ପୂର୍ବରୁ ଏଠାରୁ ବିଧାୟକ ଥିଲେ । ପଟେଲଙ୍କୁ ନୂତନ ବିଧାନସଭା ଦଳର ନେତା ଭାବେ ମନୋନୀତ କରାଯିବା ସହିତ ଗୁଜୁରାଟର ମୁଖ୍ୟମନ୍ତ୍ରୀ ରୂପେ ରୂପାନୀଙ୍କୁ କିଏ ସଫଳ କରିବ ସେନେଇ କଳ୍ପନାଜଳ୍ପନା ଶେଷ ହୋଇଛି।

  • Tags:

Subscribe

National International State Sports Entertainment