ପୁଣି ଚର୍ଚ୍ଚାରେ ଆଉ ଜଣେ ବିଜେଡି ବିଧାୟକ । ଜନପ୍ରତିନିଧି ମାନେ ଲୋକ ମାନଙ୍କ ସେବା କରିବା ପାଇଁ ନିର୍ବାଚିତ ହୋଇଥାନ୍ତି ତେବେ ଯଦି ସେହି ଜନପ୍ରତିନିଧି ଲୋକ ମାନଙ୍କୁ ସେବା ଯୋଗାଇବା ପରିବର୍ତ୍ତେ ମୁହଁ ଆଡେଇ ଚାଲି ଯାଆନ୍ତି ତେବେ ଲୋକେ କହିବେ କାହାକୁ । ସମ୍ବଲପୁର ଜିଲ୍ଲାପାଳ ଅଫିସରୁ ଆସିଛି ଅଭାବନୀୟ ଚିତ୍ର ।
ସୂଚନା ଅନୁଯାୟୀ ସମ୍ବଲପୁର ଜିଲ୍ଲାପାଳ ଅଫିସରେ ବିଜେଡି ବିଧାୟକ କିଛି ସରକାରୀ କାର୍ଯ୍ୟରେ ଯାଇଥିଲେ । ଏହି ସମୟରେ ଜଣେ ଦିବ୍ୟାଙ୍ଗ କାନ୍ଦି କାନ୍ଦି ବିଧାୟକ ରୋହିତ ପୂଜାରୀଙ୍କୁ ଗୋଡ ଧରି ଘରପାଇଁ ନିବେଦନ କଲେ ବିଧାୟକ ବାବୁ ବି ସବୁ କରି ଦେବେ କହି ସାନ୍ତ୍ୱନା ଦେଇ ଠକି ଦେଲେ । ସର୍ବ ସମ୍ମୁଖରେ ହଁ କହିଲେ କିନ୍ତୁ ବସ ବୋଲି କହି ଆଉ ଧରାଛୁଆଁ ନଦେଇ ଚାଲିଆସିଲେ । ଏହି ଦିବ୍ୟାଙ୍ଗ ଜଣକ ହେଉଛନ୍ତି ରେଢ଼ାଖୋଲ କୁଟାସିଂହା ଗାଁର ନାରଦ ମାଝି । ଚାଲ ଛପର ଘରେ ରହୁଥିଲେ ହେଲେ ଗତ ବର୍ଷ ଝାଡା ତୋଫାନରେ ତାଙ୍କର ଘର ଭାଙ୍ଗିଯାଇଥିଲା । ଘର ଖଣ୍ଡେ ପାଇଁ ଗାଁ ସରପଞ୍ଚଠୁ ଆରମ୍ଭ କରି ଜିଲ୍ଲାପ୍ରଶାସନ ଏ ଅଫିସରୁ ସେ ଅଫିସ ଧାଇଁଲେ ହେଲେ ଖାଲି ହାତରେ ଫେରିଲେ ସିନା କୌଣସି ସହାୟତା ମିଳିପାରିଲା ନାହିଁ । ଶେଷରେ ବାଧ୍ୟ ହୋଇ ବିଧାୟକ ରୋହିତ ପୂଜାରୀଙ୍କ ଗୋଡ଼ ଧରିଲେ ଆଉ ରୋହିତ ମିଛ ସାନ୍ତ୍ୱନା ଦେଇ ଠକି ଚାଲିଗଲେ ।
ଏବେ ପ୍ରଶ୍ନ ଉଠୁଛି ବିଧାୟକଙ୍କ ର ଯଦି ସାହାଯ୍ୟ କରିବା ଇଚ୍ଛା ନଥିଲା ତେବେ ଲୋକଦେଖାଣିଆ ମିଛ ପ୍ରତିଶୁତି କାହିଁ ଦେଉଥିଲେ ଜଣେ ଦିବ୍ୟାଙ୍ଗ ଲୋକଙ୍କୁ 'ଏଇଠି ବସ' ବୋଲି କହି କାହିଁକି ଠକି ଦେଲେ । ଏହା କିପରି ମାନସିକତା କୁ ବୁଝାଏ । ଲୋକମାନେ ନେତା ବିଧାୟକଙ୍କୁ ଭୋଟ ଦିଅନ୍ତି ସୁଖ ସୁବିଧା ବୁଝିବାକୁ ହେଲେ ସେହି ନେତା ମାନେ ସେହି ଜନତାଙ୍କୁ ଠକି ଦେଉଛନ୍ତି । ଏହି ଚିତ୍ର ହିଁ ସ୍ପଷ୍ଟ ବୟାନ କରୁଛି ଜନତାଙ୍କ ପ୍ରତି ବିଧାୟକଙ୍କ ସେବା ମନବୃତ୍ତି କେତେ ରହିଛି ।