ଜ୍ୟୋତି ପ୍ରକାଶ ଡ୍ରେନ୍‌ରେ ଭାସିଯିବା ଘଟଣାରେ ବିଜେପିର ବିଏମସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
Khabar Odisha:Demonstration-in-front-of-BJPs-BMC-office-over-Jyoti-Prakash-floating-in-drain

ଭୁବନେଶ୍ୱର, ସେପ୍ଟେମ୍ବର ୨୦(ଖବର ଓଡିଶା): ଜ୍ୟୋତି ପ୍ରକାଶ ଡ୍ରେନ୍‌ରେ ଭାସିଯିବା ଘଟଣାରେ ବିଏମସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋବ ପ୍ରଦର୍ଶନ କରିଛି ବିଜେପି । ରାଜଧାନୀର ବିଭିନ୍ନ ସ୍ଥାନରେ ମୁକୁଳା ପଡିଥିବା ଡ୍ରେନ୍ ସମସ୍ୟାକୁ ନେଇ ଆଜି ରାଜରାସ୍ତାକୁ ଆସିଛି ବିଜେପି । ବିଜେପିର ଶତାଧିକ କର୍ମୀ ବିଏମସି ଅଫିସ ଘେରାଉ କରିଛନ୍ତି । ଗତକାଲି ଭୁବନେଶ୍ୱର ଜିଲା ଭାଜପା ପକ୍ଷରୁ ଖଣ୍ଡଗିରି ଥାନାରେ ବିଏମ୍‌ସି କମିଶନର ସଞ୍ଜୟ କୁମାର ସିଂଙ୍କ ନାମରେ ଏତଲା ଦିଆଯାଇଛି । ବିଜେପିର ଭୁବନେଶ୍ଵର ଜିଲ୍ଲା ସଭାପତି ବାବୁସିଂଙ୍କ ନେତୃତ୍ୱରେ ଏହି ଏତଲା ଦିଆଯାଇଛି।

ବିଜେପି ପକ୍ଷରୁ ଏହାକୁ ମୁଦ୍ଧା କରି ଆଜି ଭୁବନେଶ୍ୱର ମହାନଗର ନିଗମ କାର‌୍ୟ୍ୟାଳୟ ସମ୍ମୁଖରେ ବିଜେପି ଧାରଣା ଦେଇଛି। ଘଟଣା ସ୍ଥଳରେ ଉତ୍ୟକ୍ତ ପରିସ୍ଥିତି ସୃଷ୍ଟି ହେବାରୁ ପୋଲିସ ବିଜେପି କର୍ମୀଙ୍କୁ ଉଠାଇ ନେଇଛି । ପ୍ରତିବାଦ ସମୟରେ ବିଜେପି କର୍ମୀ କହିଛନ୍ତି ଯେ ଏ ପିଲା ହରାଇଥିବା ମା କୁ ମୁଖ୍ୟମନ୍ତ୍ରୀ କଣ ଯାବାବ ଦେବେ ଏବଂ ଗୋଟିଏ ଜୀବନର ଦାମ୍ ବିଜେଡି ସରକାର କେତେ ଟଙ୍କାରେ ମୁଲ୍ୟାଙ୍କନ କରିବେ । ଏହା ସହିତ ଅନ୍ୟ ଜଣେ କର୍ମୀ କହିଛନ୍ତି ଯେ ରାଜ୍ୟ ସରକାର ଏବଂ ମୁନିସିପାଲିଟି ମିଳିମିଶି ରାଜଧାନୀ ବାସୀଙ୍କୁ ନିର୍ଜାତନା ଦେଉଛନ୍ତି । 

 ସୂଚନା ଯୋଗ୍ୟ, ଭୁବନେଶ୍ୱରରେ ପ୍ରବଳ ବର୍ଷା ହେଉଥିବା ବେଳେ ସାଇକେଲ ନେଇ ଆସିବାବେଳେ ୧୫ ବର୍ଷୀୟ ଛାତ୍ର ପାଣି ସୁଅରେ ଭାସିଯାଇଥିଲେ ।ୠତକାଲିଠାରୁ ଚାଲିଥିବା ୧୯ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ଆଜି ମୃତ ଦେହକୁ ଉଦ୍ଧାର କରାଯାଇଛି । ଗତକାଲି ଏହି ଦୁର୍ଘଟଣା ଘଟିବାର କିଛି ସମୟରେ ପରେ କଂଗ୍ରେସ ପକ୍ଷରୁ ମଧ୍ୟ ରାସ୍ତା ଅବରୋଧ କରାଯାଇ ପ୍ରତିବାଦ କରାଯାଇଥିଲା ।

  • Tags:

Subscribe

National International State Sports Entertainment