ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ଅଚାନକ ଇସ୍ତଫା ଜାତୀୟ ରାଜନୀତିକୁ ବେଶ ସରଗରମ କରିଛି । ଖୋଦ ଧନଖଡ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିଲେ ହେଁ, କଂଗ୍ରେସ ସମେତ ଅନେକ ବିରୋଧୀ ଦଳର ନେତା ଏହାକୁ ଗ୍ରହଣ କରି ପାରି ନାହାନ୍ତି । ଧନଖଡଙ୍କ ଇସ୍ତଫା ଦେବାର ସମୟକୁ ନେଇ ସେମାନେ ପ୍ରଶ୍ନ କରିଛନ୍ତି । ଏହା ମଧ୍ୟରେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ହରିଶ ରାୱତ ତାଙ୍କ ଇସ୍ତଫାକୁ ବିହାରର ନିର୍ବାଚନ ସହ ଯୋଡିଛନ୍ତି । ଏପରିକି ଜଣେ ନେତାଙ୍କୁ ସ୍ଥାନ ଦେବା ପାଇଁ ଧନଖଡଙ୍କୁ ଇସ୍ତଫା ଦେବା ପାଇଁ କୁହାଯାଇଛି ।
ରାୱତ ଏଏନଆଇ ସହ ଆଲୋଚନା ବେଳେ କହିଛନ୍ତି ଯେ, ବିହାରର ଜଣେ ନେତାଙ୍କ ପାଇଁ ଧନଖଡଙ୍କଠୁ ଇସ୍ତଫା ଦିଆଯାଇଛି । ସେ ଏହା ମଧ୍ୟ କହିଛନ୍ତି, ଇସ୍ତଫା ପରେ ଅନେକ ନାମ ଉପରେ ଚର୍ଚ୍ଚା ଚାଲିଛି ଏବଂ ସମସ୍ତଙ୍କ ନାଁ କୌଣସି ପ୍ରକାରେ ବିହାର ସହ ଜଡିତ ରହିଛି । ଖନଖଡଙ୍କ ଆକସ୍ମିକ ଇସ୍ତଫା ସଭିଙ୍କୁ ଆଚମ୍ବିତ କରିଛି ।
ସେ କହିଛନ୍ତି, ଇସ୍ତଫା ପଛରେ ଅନେକ କାହାଣୀ ରହିଛି । କୁହାଯାଉଛି ବହାର ରାଜନୀତିକୁ ଦଷ୍ଟିରେ ରଖି ପରଦା ପଛରେ ବଡ ଖେଳ ହୋଇଛି । ଧନଖଡ କାହିଁକି ଇସ୍ତଫା ଦେଲେ ଏହାର କାରଣ କେବଳ ଧନଖଡ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇ ପାରିବେ । ବିହାର ନିର୍ବାଚନ ଆଗକୁ ଥିବାରୁ ଏହାର ଫାଇଦା ଦଳକୁ କେମିତି ସେଥିପାଇଁ ବିଜେପିରେ ଏମିତି ଖେଳ ଚାଲିଛି । ହୋଇପାରେ ନୀତିଶ କୁମାରଙ୍କୁ ଉପରାଷ୍ଟ୍ରପତି କରିବା ପାଇଁ ଧନଖଡଙ୍କଠୁ ଇସ୍ତଫା ମଗା ଯାଇଛି ।