ଭୁୁବନେଶ୍ୱର: ଘୋଷଣା ହେଲା କଂଗ୍ରେସର ଜିଲ୍ଲା ସଭାପତି । ସଂଗଠନ ସୃଜନ ଆଧାରରେ ତାଲିକା ଉପରେ ମୋହର ମାରିଲା ଏଆଇସିସି। ୩୫ ଟି ଜିଲା ପାଇଁ ଘୋଷଣା ହୋଇଛି ସଭାପତି। ଏ ନେଇ ଶୁକ୍ରବାର ଏଆଇସିିସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ନବରଙ୍ଗପୁର ପାଇଁ ଲିପିକା ମାଝି। ଭୁବନେଶ୍ୱର ପାଇଁ ପ୍ରକାଶ ଜେନା। ରାୟଗଡ଼ା ପାଇଁ ଆପଲ ସ୍ବାମୀ କାଡ୍ରାକ୍। ଗଞ୍ଜାମ ପଶ୍ଚିମ ପାଇଁ ରମେଶ ଚନ୍ଦ୍ର ଜେନା, ଖୋର୍ଦ୍ଧା ପାଇଁ ରାଜୀବ ପଟ୍ଟନାୟକ, କଟକ ସିଟି ପାଇଁ ଗିରିବାଳା ବେହେରା, ଗଜପତି ଲାଗି ଦାଶରଥି ଗମାଙ୍ଗ, କେନ୍ଦ୍ରାପଡ଼ା ପାଇଁ ଦେବସ୍ମିତା ଶର୍ମା, କେନ୍ଦୁଝର ପାଇଁ ମନୋଜ ଜେନା, ବାଲେଶ୍ଵର ଲାଗି ସତ୍ୟସିବ ଦାସ ନାମ ଘୋଷଣା ହୋଇଛି ।
ଅନୁଗୁଳ ପାଇଁ ସୁନୀଲ ପ୍ରଧାନ ଜିଲ୍ଲା ସଭାପତି ନିଯୁକ୍ତ ହୋଇଛନ୍ତି । ବାଲେଶ୍ୱର ପାଇଁ ସତ୍ୟଶିବ ଦାସ ଓ ବରଗଡ଼ ପାଇଁ ହରଦୀପ ସିଂ ଜିଲ୍ଲା ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି । ଭଦ୍ରକ ପାଇଁ ନଳିନୀକାନ୍ତ ମହାନ୍ତି, ଭୁବନେଶ୍ୱର ପାଇଁ ପ୍ରକାଶ ଚନ୍ଦ୍ର ଜେନା, ବଲାଙ୍ଗିର ପାଇଁ ଅନିଲ ମେହେର ଓ ବୌଦ୍ଧ ପାଇଁ ବିନ୍ଧ୍ୟା ବିନୀ ସାହୁ ଜିଲ୍ଲା ସଭାପତି ହୋଇଛନ୍ତି । କଟକ ପାଇଁ ପ୍ରଦୀପ୍ତ କୁମାର ଦାସ ଓ କଟକ ସହର ପାଇଁ ଗିରିବଳା ବେହେରା ଜିଲ୍ଲା ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦେବଗଡ଼ ପାଇଁ ସେମ ହେମରାମ, ଧେନକାନାଳ ପାଇଁ ଛବିରାଜ ବିଶ୍ୱାଳ, ଗଜପତି ପାଇଁ ଦାଶରଥି ଗୋମାଙ୍ଗୋ, ଗଞ୍ଜାମ ପୂର୍ବ ପାଇଁ ରଶ୍ମିରଞ୍ଜନ ପଟ୍ଟନାୟକ ଓ ଗଞ୍ଜାମ ପଶ୍ଚିମ ପାଇଁ ରମେଶ ଚନ୍ଦ୍ର ଜେନା ଜିଲ୍ଲା ସଭାପତି ହୋଇଛନ୍ତି ।
Also read: ଆସନ୍ତାକାଲି ହେବ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା; ରାଜ୍ୟର ୧୯୩ ଟି କେନ୍ଦ୍ରରେ ପରୀକ୍ଷା ଦେବେ ୭୫ ହଜାର ୪୦୩ ଶିକ୍ଷକ ଶିକ୍ଷୟିତ୍ରୀ