ବ୍ରହ୍ମପୁର: ବହୁ ଚର୍ଚ୍ଚିତ ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ଅଭିଯୁକ୍ତମାନଙ୍କୁ ପ୍ରଥମ ଝଟକା ଲାଗିଛି । ମଙ୍ଗଳବାର ମୁଖ୍ୟ ଅଭିଯୁକ୍ତ ବିକ୍ରମ ପଣ୍ଡାଙ୍କ ସମେତ ୫ ଜଣ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ସ୍ଥାନୀୟ ଏଡିଜେ-୩ କୋର୍ଟ ନାମଞ୍ଜୁର କରିଛନ୍ତି । ପୂର୍ବତନ ମେୟର ଶିବ ଶଙ୍କର ଦାଶ, ମଦନ ମୋହନ ଦଳାଇ, ସୁନିଲ ହୋତା ଏବଂ ଶୂନ୍ୟ ଦାସଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି କୋର୍ଟ । ଏ ନେଇ ପୀତବାସଙ୍କ ଓକିଲ କାଳିଚରଣ ମିଶ୍ର ସୂଚନା ଦେଇଛନ୍ତି ।
ଗତ ଶୁକ୍ରବାର ଜାମିନ ଆବେଦନର ଶୁଣାଣି ହୋଇଥିଲା । ବିକ୍ରମଙ୍କ ପକ୍ଷରୁ ଯୁକ୍ତି ରଖାଯାଇଥିଲା ଯେ ଗ୍ରାଉଣ୍ଡ୍ ଅଫ୍ ଆରେଷ୍ଟ ଦେଖିବାକୁ ସୁଯୋଗ ଦିଆଯାଇନଥିବା ଅଭିଯୋଗ କରାଯାଇଥିଲା । ସେହିପରି ଅନ୍ୟ ଅଭିଯୁକ୍ତମାନେ ମଧ୍ୟ ସବିଶେଷ ତଥ୍ୟ ପ୍ରମାଣ ନ ଥିବା ଦର୍ଶାଯାଇଥିଲା । ତେବେ ଦୁଇ ପକ୍ଷଙ୍କ ଅନେକ ଯୁକ୍ତି ପରେ କୋର୍ଟ ଜାମିନ ଆବେଦନ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ତେବେ ଆଜି ରାୟ ପ୍ରକାଶ ପାଇଛି ।
ଗତ ଅକ୍ଟୋର ୬ ତାରିଖ ରାତିରେ ପୀତବାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ପୋଲିସ ଅକ୍ଟୋବର ୨୨ ତାରିଖରେ ପ୍ରଥମ ପର୍ଯ୍ୟାୟରେ ବିଜେଡ଼ି ଜିଲ୍ଲା ସଭାପତି ବିକ୍ରମ ପଣ୍ଡା ଓ ପୂର୍ବତନ ମେୟର ଶିବଶଙ୍କର ଦାସଙ୍କ ସମେତ ୧୨ ଜଣଙ୍କୁ ଗିରଫ କରିଥିଲା ବ୍ରହ୍ମପୁର ପୋଲିସ ।