ଭୁବନେଶ୍ୱର: ରାଜ୍ୟ କଂଗ୍ରେସର ନେତୃତ୍ୱକୁ ନେଇ ପ୍ରଶ୍ନ କରିଥିବା ଦଳର ପୂର୍ବତନ ବରିଷ୍ଠ ନେତା ମହମ୍ମଦ ମୋକିମ କିଏ ବୋଲି ପ୍ରଶ୍ନ କରିଛନ୍ତି ପିସିସି ଭକ୍ତ ଚରଣ ଦାସ । ଯଦି ସୋନିଆ ଗାନ୍ଧୀଙ୍କ ପ୍ରତି ସମ୍ମାନ ଥାଆନ୍ତା, ତେବେ ଚିଠି ଦେଇ ଗଣମାଧ୍ୟମରେ କାହିଁକି କହିଲେ ବୋଲି ପ୍ରଶ୍ନ କରିଛନ୍ତି ଭକ୍ତ ଦାସ ।
ପିସିସି ଭକ୍ତ ଦାସ ସମ୍ବାଦ ସରବରାହ ସଂସ୍ଥା ଏଏନଆଇକୁ ଦେଇଥିବା ପ୍ରତିକ୍ରିୟାରେ ମହମ୍ମଦ ମୋକିମଙ୍କ ଉପରେ ବର୍ଷିଛନ୍ତି । ସେ ପ୍ରଥମ ଥର ପାଇଁ ମୋକିମଙ୍କ ଚିଠି ଉପରେ ପ୍ରତିକ୍ରିୟା ରଖିଛନ୍ତି । ସେ ପ୍ରଶ୍ନ କରିଛନ୍ତି, ସିଏ କିଏ ? କେବଳ ଗୋଟିଏ ବିଧାନସଭା ନିର୍ବାଚନ ଜିତିଛନ୍ତି । ଯିଏ ଦଳରେ ରୁହନ୍ତି, ଦଳର ହାଇକମାଣ୍ଡ ଏବଂ ବରିଷ୍ଠ ନେତୃବୃନ୍ଦଙ୍କୁ ମାନନ୍ତି । ଯଦି ଅନ୍ୟାୟ ହୋଇଛି ତେବେ ସେମାନଙ୍କୁ ଭେଟି ଅଭିଯୋଗ କରନ୍ତି ଏବଂ ଆଲୋଚନା କରିବା ଉଚିତ । ସେ ସଂଖ୍ୟା ଲଘୁ ସମ୍ପ୍ରଦାୟର ହୋଇଥିବାରୁ ତାଙ୍କୁ ପିଏସି ସଦସ୍ୟ ମଧ୍ୟ କରାଯାଇଛି । ତାଙ୍କୁ ମଧ୍ୟ ସେ ନିଜେ କରାଇଛନ୍ତି ।ସେହିପରି ମୋକିମ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିବାକୁ ନାପସନ୍ଦ କରିଛନ୍ତି ଭକ୍ତ ଦାସ । ନିଜ କଥା ରଖିବାର ସବୁ ସଦସ୍ୟଙ୍କ ନିକଟରେ ଅଧିକାର ଅଛି । ଦଳୀୟ ନେତୃତ୍ୱ ସେମାନଙ୍କ କଥା ନିଶ୍ଚିୟ ଶୁଣିବେ । ଯଦି ସୋନିଆ ଗାନ୍ଧୀଙ୍କ ପ୍ରତି ସମ୍ମାନ ଥାଆନ୍ତା, ଚିଠି ଦେଇ ଗଣମାଧ୍ୟମରେ କାହିଁକି କହିଲେ । ଦଳରୁ ବାହାରିବାକୁ ମାନସିକତା ବନାଇ ସାରିଛନ୍ତି, ତେଣୁ ଆଉ କେହି କିଛି କହିପାରିବେ ନାହିଁ । ରାହୁଲଙ୍କ ବିଷୟରେ ସିଏ କଣ ଜାଣିଛନ୍ତି । ଏତେ କଠିନ ପରିଶ୍ରମ କରି ଦେଶର ଜନତାଙ୍କୁ ଜାଗ୍ରତ କରାଇଛନ୍ତି । ଚିଠି ମାଧ୍ୟମରେ ରାହୁଲ ଗାନ୍ଧୀଙ୍କୁ ମାର୍ଗ ଦର୍ଶନ ଦେବେ । ଏହା ରାଜନୈତିକ ପ୍ରସଙ୍ଗ ଅଟେ । ଏହା କେବଳ ବିରୋଧୀ ଦଳର ବ୍ୟକ୍ତି କରିପାରନ୍ତି । ଦଳର ଛାଡ଼ିବାର ମାନସିକତା ହୋଇପାରେ ନ ହେଲେ ବିରୋଧୀ ଦଳରୁ ସେ ଏଭଳି କାମ କରିପାରନ୍ତି । ଯଦି ଦଳରେ ରହି ନିଜ ନେତାଙ୍କ ପରିଶ୍ରମ ଏବଂ
ସେହିପରି ଯିଏ ଦଳ ବିରୋଧରେ କହିବ ତାହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ମୁହଁ ବନ୍ଦ କରାଯିବ କି ବୋଲି ପ୍ରଶ୍ନ କରାଯାଇଥିଲା । ଯାହାର ଉତ୍ତରରେ ଭକ୍ତ ଦାସ କହିଛନ୍ତି, ସତ କହିବାର ସ୍ଥାନ ଅଛି । ଦଳର ଅନେକ ଫୋରମ୍ ରହିଛି ଏବଂ ଦଳର ବୈଠକରେ ମଧ୍ୟ ସେ କହିପାରିବେ ।
ପ୍ରକାଶ ଯୋଗ୍ୟ, ମହମ୍ମଦ ମୋକିମ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ରାଜ୍ୟ କଂଗ୍ରେସ ଏବଂ ଜାତୀୟ କଂଗ୍ରେସ ଉପରେ ଅନେକ ଟିପ୍ପଣୀ ଦେଇଥିଲେ । ଯାହା ପରେ ତାଙ୍କୁ ଦଳରୁ ଗତକାଲି ବହିଷ୍କୃତ କରାଯାଇଛି ।