ଇସ୍ଥପା ନେଇ ଆଜି ସନ୍ଧ୍ୟା ସୁଦ୍ଧା ନିଷ୍ପତି ଆସିପାରେ ବୋଲି କହିଲେ ବି ଏସ୍ ୟେଦୁରପ୍ପା
Khabar Odisha:BS-Yeddyurappa-said-the-resignation-could-be-decided-by-this-evening

କର୍ଣ୍ଣାଟକ, ଜୁଲାଇ ୨୫(ଖବର ଓଡ଼ିଶା): ଗତ କିଛିଦିନ ଧରି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ୍ ୟେଦୁରପ୍ପା ନିଜ ପଦରୁ ଇସ୍ଥପା ଦେବା ନେଇ ଆଲୋଚନା ଜାରି ରହିଥିବା ବେଳେ ଆଜି ସନ୍ଧ୍ୟା ସୁଦ୍ଧା ବିଜେପି ହାଇକମାଣ୍ଡଙ୍କ ଠାରୁ ତାଙ୍କ ରାଜନୈତିକ ଭବିଷ୍ୟତ ବିଷୟରେ ସୂଚନା ମିଳିପାରେ ।

ଗଣମାଧ୍ୟମ କର୍ମିଙ୍କର ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, “ସନ୍ଧ୍ୟା ସୁଦ୍ଧା ବିଜେପି ହାଇ କମାଣ୍ଡର ନିଷ୍ପତି ଆସିବା ପରେ ଆପଣ ଏହା ବିଷୟରେ ମଧ୍ୟ ଜାଣିପାରିବେ ଏବଂ ମୁଁ ସେ ହି ନିର୍ଦେଶକୁ ଅନୁସରଣ କରି ଉପଯୁକ୍ତ ନିଷ୍ପତ୍ତି ନେବି ବୋଲି ସେ କହିଛନ୍ତି ।

ତେବେ ରାଜ୍ୟରେ ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ ହେବେ ବୋଲି ପଚରାଯିବାରୁ ୟେଦୁରପ୍ପା କହିଛନ୍ତି, “ହାଇ କମାଣ୍ଡ ଏହା ଉପରେ ନିଷ୍ପତ୍ତି ନେବେ। ମୁଁ କୌଣସି ମତାମତ ଦେବାକୁ ଚାହୁଁନାହିଁ ବୋଲି ସେ କହିଛନ୍ତି ।

ଏହାପୂର୍ବରୁ ବିରୋଧୀଦଳର ନେତା ତଥା ପୂର୍ବତନ ସିଏମ ସିଦ୍ଧରମୟା ଶାସକ ବିଜେପି ଜଣେ ଦଳିତ ନେତାଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବରେ ଘୋଷଣା କରିବାକୁ ଅନୁରୋଧ କରିଥିଲେ ।

ତେବେ ବିଜେପି ସୂତ୍ରରୁ ପ୍ରକାଶ ଯେ ସର୍ବୋଚ୍ଚ ନେତୃତ୍ୱ ଜଣେ ପ୍ରାର୍ଥୀ ଖୋଜୁଛନ୍ତି ଯିଏ ସ୍ୱାଧୀନ ମନୋଭାବ ପୋଷଣ କରୁଥିବା ଦଳ ଭିତରେ କିମ୍ବା ବାହାରେ ବିଭିନ୍ନ ଆଗ୍ରହୀ ଗୋଷ୍ଠୀ ଦ୍ୱାରା ପ୍ରଭାବିତ ହେବେ ନାହିଁ ଏବଂ ଦଳର ବିଧାୟକଙ୍କ ଉପରେ ତାଙ୍କର ସନ୍ମାନ ଏବଂ ନିୟନ୍ତ୍ରଣ ଥିବ ଏବଂ ଦଳର ଏଜେଣ୍ଡା ସହିତ ଶାସନ କାର୍ଯ୍ୟ କରିବେ।

  • Tags:

Subscribe

National International State Sports Entertainment