ଦିଦିଙ୍କ ବିପକ୍ଷରେ ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ କରିବେ ପ୍ରୀୟଙ୍କା ଟ୍ରିବେୱାଲ
Khabar Odisha:BJPs-Priyanka-Tibrewal-to-file-nomination-for-Bhabanipur-bypolls-tomorrow

କୋଲକାତା, ସେପ୍ଟେମ୍ବର ୧୨ (ଖବର ଓଡ଼ିଶା): ଆଗକୁ ଆସୁଛି ପଶ୍ଚିମବଙ୍ଗର ଦୁଇଟି ବିଧାନସଭା ଆସନର ଉପନିର୍ବାଚନ । ଏ ମଧ୍ୟରୁ ଦିଦିଙ୍କ ଗଡରେ ଦିଦିଙ୍କୁ ଟକ୍କର ଦେବା ପାଇଁ ମଇଦାନକୁ ଓହ୍ଲାଇଛନ୍ତି ବିଜେପି ପ୍ରାର୍ଥୀ ପ୍ରୀୟଙ୍କା ଟ୍ରିବେୱାଲ ।

ଗତକାଲି ଭବାନୀପୁର ଆସନ ପାଇଁ ମମତା ବାନାର୍ଜୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଆସନ୍ତାକାଲି ଦିଦିଙ୍କ ପିକ୍ଷରେ ନାମାଙ୍କନ ପତ୍ର ଦାଖଲ କରିବାକୁ ଯାଉଛନ୍ତି ପ୍ରୀୟଙ୍କା ଟ୍ରିବେୱାଲ ।

ଏବେ ଭବାନୀପୁରରରେ ରାଜନୀତିକ ମାହୋଲ ସରଗରମ ହୋଇଥିବା ବେଳେ ଉଭୟ ପାର୍ଟିର ହେଭିୱେଟ୍ ନେତା ନେତ୍ରୀ ମାନେ ଭବାନୀପୁରରେ ଡେରା ପକାଇବା ଆରମ୍ଭ କଲେଣି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ନିଜେ ଉପନିର୍ବାଚନରେ ପ୍ରାର୍ଥୀ ହୋଇଥିବାରୁ ଭବାନୀପୁର ଉପନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି ।

ପୂର୍ବରୁ ଦିଦି ନନ୍ଦୀଗ୍ରାମରେ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ହାରିବା ପରେ ଭବାନୀପୁରରେ ଆସନ ପାଇଁ ଛିଡା ହୋଇଛନ୍ତି । ଏପଟେ ବିଜେପି ମଧ୍ୟ ଦିଦିଙ୍କୁ ଚେକ୍‌ମେଟ୍ ଦେବା ପାଇଁ ନିଜର ସ୍ୱତନ୍ତ୍ର ରଣନୀତୀ ପ୍ରସ୍ତୁତ କରିଛି ।

ପ୍ରୀୟଙ୍କ ଟ୍ରିବେୱାର ବିଜେପିର ଜଣେ ହେଭି ୱେଟ୍ ନେତ୍ରୀ ହୋଇଥିବା ବେଳେ ଆସନ୍ତା ୩୦ ତାରିଖରେ ଭବାନୀପୁରରେ ମମତା ବାନାର୍ଜୀଙ୍କ ବିପକ୍ଷରେ ନିର୍ବାଚନ ଲଢିବାକୁ ଯାଉଛନ୍ତି ।

ତେବେ ଆସନ୍ତା ସେପ୍ଟେମ୍ବର ୩୦ରେ ଭବାନୀପୁର ଉପନିର୍ବାଚନ ହେବାକୁଥିବା ବେଳେ ୨୦ ତାରିଖରୁ ପ୍ରଚାର ଆରମ୍ଭ ହେବ । ମାତ୍ର ୮ ଦିନର ପ୍ରଚାର ମଧ୍ୟରେ କିଏ ମାରିବ ଭବାନୀପୁର ବାଜି ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

  • Tags:

Subscribe

National International State Sports Entertainment