ନବ ଦାସ ହତ୍ୟା ମାମଲା : ବିଜୟଙ୍କ ବଡ଼ ବିସ୍ଫୋରଣ
Khabar Odisha:BJP-leader-Bijoy-Mohapatra-asks-why-FBI-has-not-been-roped-in-yet-for-probe-into-Naba-Das-murder-case
ଖବର ଓଡିଶା : 09/03/2023

 ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ବିଜେପି ନେତା ବିଜୟ ମହାପାତ୍ର ବଡ଼ ବିସ୍ଫୋରଣ କରିଛନ୍ତି। ସେ କହିଛନ୍ତି ଯେ, ନବ ଦାସ ହତ୍ୟାକାଣ୍ଡର ମୁଖ୍ୟ ନାୟକ ହେଉଛନ୍ତି ୨ ଅଣ ଓଡ଼ିଆ ଅଫିସର। ଏତେ ବଡ଼ ହତ୍ୟାକାଣ୍ଡ ପ୍ରମାଣ ହେଲା ଏହାକୁ ଗୁରୁତର ସହ ନେବାକୁ ଚାହାଁନ୍ତି ନାହିଁ ସରକାର ଓ କ୍ରାଇମବ୍ରାଞ୍ଚ । ସେମାନଙ୍କ ମଧ୍ୟରୁ ଜଣେ ଆଇଏଏସ୍‌ ଓ ଜଣେ ଆଇପିଏସ୍‌ ଅଫିସର। ସେମାନେ ଏହି ଘଟଣାର ପ୍ରକୃତ ତଦନ୍ତ ଚାହୁଁ ନାହାନ୍ତି। ପରଦା ପଛରେ ଓ ବାହାରେ ସେମାନେ ହିଁ ଘଟଣାକୁ ନିଜ ନିୟନ୍ତ୍ରଣରେ ରଖିଛନ୍ତି। ସେମାନଙ୍କୁ ସୁରକ୍ଷା ଦେବା ପାଇଁ ମାମଲାରେ ୧୨୦ (ବି) ଦଫା ଲଗାଯାଇ ନାହିଁ। ଏହି ଦଫା ଲାଗିନି ବୋଲି ଷଡ଼ଯନ୍ତ୍ର ଦିଗ ଉପରେ ତଦନ୍ତ ହେଉନାହିଁ। ଏହା ଓଡ଼ିଶାରେ ଏକ ଭୟଙ୍କର ଅଧ୍ୟାୟ ସୃଷ୍ଟି କରିବ।  ସେ ଆହୁରି ମଧ୍ୟ କହିଛନ୍ତି ଯେ, ତଦନ୍ତ ଅଗ୍ରଗତି ନେଇ କିଛି କୁହାଯାଉନି, ସବୁ ଇନ୍ କ୍ୟାମେରା ଚାଲିଛି। ଖାମଖିଆଲି ଭାବେ ତଦନ୍ତକୁ ବନ୍ଦ କରିବା ପାଇଁ ଚକ୍ରାନ୍ତ ଚାଲିଛି। ଯେପର୍ଯ୍ୟନ୍ତ ହତ୍ୟାର ଉଦ୍ଦେଶ୍ୟ ସାମ୍ନାକୁ ନଆସିବ, ସନ୍ଦେହ ହଟିବନି’ ବୋଲି ବିଜୟ କହିଛନ୍ତି। ଏହାସହ FBI କୁଆଡ଼େ ଗଲା ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି। ‘FBI ତଦନ୍ତ ହେବ ବୋଲି କହିଲେ, ଏବେ ସେସବୁ କୁଆଡ଼େ ଗଲା ? କହିଦେଇ ଏବେ ସେସବୁ ଭୁଲିଗଲେ। ଜଷ୍ଟିସ ଦାସ କ’ଣ ସୁପରଭାଇଜ୍ କରୁଛନ୍ତି ବୋଲି ମଧ୍ୟ ବିଜୟ ମହାପାତ୍ର ପ୍ରଶ୍ନ କରିଛନ୍ତି। ଉଭୟ ପୋଲିସ, ସରକାର ଓ ଶାସନ କଳ ସମସ୍ତେ ଏହି ଘଟଣାରେ ଉତ୍ତରଦାୟୀ । ଦୀପାଳି ଦାସଙ୍କ ସହିତ ମୁଁ ଏକମତ । କିନ୍ତୁ ଏହି ଘଟଣାରେ ନେତାମାନେ ବି ତାଙ୍କ ମତ ରଖି ପାରିବେ । ନବ ଦାସଙ୍କ ପରିବାର ଉଦ୍ଦେଶ୍ୟରେ ମୋର ଏହି ପ୍ରେସମିଟ ନୁହେଁ । ପ୍ରେସମିଟ ସରକାରଙ୍କ ତଦନ୍ତକୁ ନେଇ । କାରଣ ନବ ଦାସ ଓଡିଶାର ଜଣେ ମନ୍ତ୍ରୀ ଥିଲେ ।

Subscribe

National International State Sports Entertainment