ସବୁ ଅପେକ୍ଷାର ଅନ୍ତଃ, ପଦ୍ମ ଧରିବେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ନୂଆଦିଲ୍ଲୀ,ସେପ୍ଟେମ୍ବର ୧୯(ଖବର ଓଡିଶା): Share story: ସବୁ ଅପେକ୍ଷାର ଅନ୍ତଃ। ଆଜି ବିଜେପିରେ ସାମିଲ ହେବେ କ୍ୟାପଟେନ। ପଦ୍ମ ଧରିବେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ କଂଗ୍ରେସ ନେତା କ୍ୟାପଟେନ ଅମରିନ୍ଦର ସିଂ। ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ଉପସ୍ଥିତିରେ କ୍ୟାପଟେନ ଅମରିନ୍ଦର ସିଂ ବିଜେପିରେ ସାମିଲ ହେବେ । କ୍ୟାପଟେନଙ୍କ ସହ ୭ ଜଣ ବିଧାୟକ ଓ ଜଣେ ପୂର୍ବତନ ଏମପି ବିଜେପିରେ ସାମିଲ ହେବେ ବୋଲି ଜଣାପଡିଛି। ଲଣ୍ଡନରୁ ସ୍ପାଇନାଲ ସର୍ଜରୀ କରି ଫେରିବା ପରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିଥିଲେ କ୍ୟାପଟେନ । ୨୦୨୧ ସେପ୍ଟେମ୍ବରରେ କ୍ୟାପଟେନଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଚରଣଜିତ ସିଂ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା କଂଗ୍ରେସ । ଖବର ଓଡ଼ିଶା, Reporter, 18/09/2022