ବିଜେବି ପିରେ ମିଶିଲେ ଜଗତସିଂପୁର ଜିଲ୍ଲାର ପୂର୍ବତନ ଜିଲ୍ଲା ବିଜେଡି ସଭାପତି ଅମରେନ୍ଦ୍ର ଦାସ । ଅମରେନ୍ଦ୍ରଙ୍କ ସହ ବହୁ ପୂର୍ବତନ ସରପଞ୍ଚ, ସମିତି ସଭ୍ୟ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ଉପସ୍ଥିତରେ ବିଜେପି ଦଳରେ ମିଶିଛନ୍ତି । ବିଜେପିରେ ମିଶିବା ପରେ ଅମରେନ୍ଦ୍ର ଦାସ କହିଛହିନ୍ତି, ଦୀର୍ଘ ଦିନ ଧରି ଗୋଟିଏ ପରିବାରରେ ଥିଲୁ । ଆମ ପ୍ରତି ଅନ୍ୟାୟ ହୋଇଛି । ଆମେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେବି ପିରେ ମିଶିଲୁ। ଅନ୍ୟାୟ ବିରୁଦ୍ଧରେ ଜଗତସିଂହପୁର ମାଟି ସ୍ୱର ଉଠାଇଛି । ଅସୁବିଧା ସମୟରେ ଆମକୁ ସ୍ଥାନ ଦେଇଥିବାରୁ ଧନ୍ୟବାଦ ଦେଉଛୁ ।
ଅଧିକା ପଢନ୍ତୁ:କଂଗ୍ରେସ ଛାଡିଲେ ବିଶ୍ୱ ଭୂଷଣ ଦାସ