କଂଗ୍ରେସକୁ ମିଳିଲା ଆଉ ଏକ ବଡ଼ ଝଟକା। ସାଧାରଣ ନିର୍ବାଚନ ପାଇଁ ଆଉ ହାତ ଗଣତି ଦିନ ଥିବାରୁ କଂଗ୍ରେସ ଛାଡ଼ୁଛନ୍ତି ଜଣେ ଜଣେ ନେତା । ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଗୋଟେ ଗୋଟେ ପରେ ବଡ଼ ଝଟକା ମିଳିବାରେ ଲାଗିଛି ।
କଂଗ୍ରେସ ଦଳ ଛାଡିଛନ୍ତି ବିଶ୍ୱ ଭୂଷଣ ଦାସ । ସେ ପିସିସି ଉପ ସଭାପତି ପଦରେ ଥାଇ ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି । ବିଶ୍ୱ ଭୂଷଣ ନିଜର ଇସ୍ତଫାପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପାଖକୁ ଦେଇ ଦଳ ଛାଡିଥିବା ସୂଚନା ରହିଛି । ୨୦୦୯ ଓ ୨୦୧୯ରେ ସେ କାକଟପୁରରୁ ବିଧାୟକ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ତେବେ ସେ ଦଳ ଛାଡିବା ପରେ କେଉଁ ଦଳରେ ସାମିଲ ହେବେ ଏବଂ କେଉଁ କାରଣରୁ ମଧ୍ୟ ଦଳ ଛାଡିଛନ୍ତି ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ ।
ଆଗକୁ ପଢ଼ନ୍ତୁ : କଂଗ୍ରେସର ହାତ ଛାଡିବେ କି ସନ୍ତୋଷ ସିଂ ସାଲୁଜା!