ନୂଆଦଳ: ତାମିଲନାଡ଼ୁରେ ଟିଭିକେ ସରକାର ଗଢ଼ିବା ରାସ୍ତା ସଫା ହୋଇଛି । ଟିଭିକେକୁ ଚାରୋଟି ଦଳ କଂଗ୍ରେସ, କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ସିପିଆଇ), ସିପିଏମ୍ ଏବଂ ବିସିକେ ସମର୍ଥନ ଜଣାଇଛନ୍ତି । ଆଜି ଟିଭିକେ ମୁଖ୍ୟ ବିଜୟ ରାଜ୍ୟପାଳଙ୍କୁ ଭେଟି ସରକାର ଗଢ଼ିବାକୁ ଦାବି ପତ୍ର ଦେଇପାରନ୍ତି ।
ବିଜୟ ଦୁଇ ଦୁଇ ଥର ସରକାର ଗଢ଼ିବା ପାଇଁ ଦାବି ପତ୍ର ନେଇ ରାଜ୍ୟପାଳଙ୍କ ନିକଟକୁ ଯାଇଥିବାବେଳେ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା । ସେ ସଂଖ୍ୟା ଗରିଷ୍ଠତା ଦେଖାଇବାରେ ବିଫଳ ହୋଇଥିଲେ । ତେବେ ଚାରୋଟି ଦଳ ସମର୍ଥନ ଜଣାଇବା ପରେ ଟିଭିକେ ମ୍ୟାଜିକ ନମ୍ବର ହାସଲ କରିଛି । ଫଳରେ ଟିଭିକେର 108, କଂଗ୍ରେସ ୫, ସିପିଆଇ ୨, ସିପିଏମ୍ ୨ ଏବଂ ଭିସିକେ ୨ ସଦସ୍ୟଙ୍କ ସମର୍ଥନ ମିଳିଛି । ଯଦ୍ୱାରା ମୁଖ୍ୟମନ୍ତ୍ରୀ ଆସନରେ ବସିବାର ବିଜୟଙ୍କ ସ୍ୱପ୍ନ ପୂରଣ ହେବାକୁ ଯାଉଛି ।