ତାମିଲନାଡ଼ୁରେ ଏକ ଏଭଳି ଲଜ୍ଜାକର ମାମଲା ସାମ୍ନାକୁ ଆସିଛି, ଯାହାକୁ ଶୁଣିବା ପରେ ଆପଣଙ୍କ ରକ୍ତ ଗରମ ହୋଇଯିବ। ଯେଉଁ ସ୍କୁଲରେ ପିଲାମାନଙ୍କୁ ଆରମ୍ଭରୁ ଭଲ ଶିକ୍ଷା ଦିଆଯାଇ ଦେଶ ଓ ସମାଜରେ ଗଢିବା ପାଇଁ ପାଠ ପଢାଯାଏ, ସେଇ ସ୍କୁଲ ନାଁରେ ଏକ ସଙ୍ଗୀନ ଅଭିଯୋଗ ଆସିଛି। କାରଣ ତାମିଲନାଡୁର ଏକ ଘରୋଇ ସ୍କୁଲର ଜଣେ ଛାତ୍ରୀଙ୍କୁ ମାସିକ ଋତୁସ୍ରାବ ହେଉଥିବାରୁ ଶ୍ରେଣୀରୁ ବାହାର କରି ଦିଆଯାଇଛି । ଫଳରେ ପୀଡିତ ଛାତ୍ରୀଙ୍କୁ ଶ୍ରେଶୀ ଗୃହ ବାହାରେ ବସି ପରୀକ୍ଷା ଦେବାକୁ ପଡିଲା। ତାମିଲନାଡୁର କୋଏମ୍ବାଟୁରରେ ଆସିଛି ଏହି ଲଜ୍ଜାଜନକ ଘଟଣା। ପୀଡିତା ଜଣକ ଅଷ୍ଟମ ଶ୍ରେଣୀର ଛାତ୍ରୀ ବୋଲି ଜଣାପଡିଛି।
ସୂଚନା ମୁତାବିକ ପୀଡ଼ିତା ଛାତ୍ରୀ ଜଣକ ଯେଉଁ ସ୍କୁଲରେ ପାଠ ପଢନ୍ତି, ସେଇ ସ୍କୁଲରେ ତାଙ୍କର ମାସିକ ଋତୁତ୍ସାବ ହେବାରୁ ତାଙ୍କୁ ଶ୍ରେଣୀ ଭିତରକୁ ବାହାର କରି ଦିଆଯାଇଥିଲା। ଘଟଣାଟି ଘଟିଛି ୭ ଏପ୍ରିଲରେ। ତେବେ ଘଟଣା ଦିନ ସମ୍ପୃକ୍ତ ଛାତ୍ରୀଙ୍କ ପରୀକ୍ଷା ଥିବାରୁ ତାଙ୍କୁ ବାହାରେ ବସି ପରୀକ୍ଷା ଦେବାକୁ ପଡ଼ିଥିଲା। ତେବେ ବିଦ୍ୟାଳୟରେ ତାଙ୍କ ପ୍ରତି ହୋଇଥିବା ଘଟଣାକୁ ନେଇ ସେ ଘରେ ନିଜ ମାଙ୍କୁ ଜଣାଇଥିଲେ। ପରଦିନ ମଧ୍ୟ ପରୀକ୍ଷା ଥିବା ବେଳେ ଛାତ୍ରୀଙ୍କ ସହ ଶିକ୍ଷକ ସମାନ ବ୍ୟବହାର ଦେଖାଇଥିଲେ। ଶ୍ରେଣୀ ବାହାରେ ଛାତ୍ରୀ ଜଣକ ବସି ରହି ପରୀକ୍ଷା ଦେଉଥିବା ବେଳେ ତାଙ୍କ ମା ମୋବାଇଲରେ ଏହାର ଭିଡ଼ିଓ କରିଥିଲେ। ତେବେ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଚାରିଆଡୁ ସ୍କୁଲ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନିନ୍ଦା କରାଯାଇଛି। ଲୋକମାନେ ସ୍କୁଲ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରିଛନ୍ତି।
ସେପଟେ ଝିଅଟିର ମାଆ ଏ ବିଷୟରେ ଶିକ୍ଷା ବିଭାଗ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହି ବିଷୟରେ ଗାଁର କିଛି ଲୋକ ସବ-କଲେକ୍ଟରଙ୍କୁ ଭେଟିବାକୁ ଯୋଜନା କରିଛନ୍ତି । ସେମାନେ ଜିଲ୍ଲା ପ୍ରଶାସନ ସ୍କୁଲ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଚାହାଁନ୍ତି । ଘଟଣାକୁ ନେଇ କୋଏମ୍ବାଟୁର ଜିଲ୍ଲା କଲେକ୍ଟର ପବନକୁମାର ଜି ଗିରିୟାପ୍ନାଭ କହିଛନ୍ତି ଯେ ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି । ସ୍କୁଲ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।