ନୂଆଦିଲ୍ଲୀ: ଆଜି ହେଉଛି ବିଶ୍ୱ ଐତିହ୍ୟ ଦିବସ । ଆଉ ଏହି ଅବସରରେ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଆସିଛି ଗର୍ବର ମୁହୂର୍ତ୍ତ । ଜୀବନର ପ୍ରତିଟି ମୁହୂର୍ତ୍ତକୁ ସହଜ ସରଳ ଓ ନୀତିଶିକ୍ଷା ଦେଉଥିବା ବେଦ ବ୍ୟାସଙ୍କ ଦ୍ୱାରା ରଚିତ ଶ୍ରୀମଦ୍ ‘ଭାଗବତ ଗୀତା’ ଓ ଭରତ ମୁନୀଙ୍କ ଦ୍ୱାରା ରଚିତ ‘ନାଟ୍ୟଶାସ୍ତ୍ର’କୁ ମିଳିଛି ବିଶ୍ୱ ମାନ୍ୟତା । ୟୁନେସ୍କୋର ମେମୋରୀ ଅଫ୍ ୱାର୍ଲ୍ଡ ରେଜିଷ୍ଟରରେ ଏହି ଦୁଇ ଶାସ୍ତ୍ରକୁ ସ୍ଥାନ ଦିଆଯାଇଛି । ଏହାକୁ ମିଶାଇ ୧୪ ଟି କ୍ଷେତ୍ରରେ ଭାରତ ବିଶ୍ୱ ମାନ୍ୟତା ହାସଲ କରିଛି । ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ । ଭାରତୀୟ ଐତିହ୍ୟ ପାଇଁ ଏହା ଏକ ଐତିହାସିକ ଦିନ ବୋଲି ସେ କହି ଖୁସି ବ୍ୟକ୍ତ କରିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀ ମଧ୍ୟ ଏହାକୁ ନେଇ ଗର୍ବିତ ବୋଲି କହିଛନ୍ତି ।
ଭାରତର ସଭ୍ୟତାଗତ ଐତିହ୍ୟ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ବୋଲି କହିଛନ୍ତି ସଂସ୍କୃତି ମନ୍ତ୍ରୀ କହିଛନ୍ତି । ଶ୍ରୀମଦ୍ ଭଗବଦ୍ ଗୀତା ଏବଂ ଭାରତ ମୁନିଙ୍କ ନାଟ୍ୟଶାସ୍ତ୍ର ଏବେ ୟୁନେସ୍କୋର ବିଶ୍ୱ ପଞ୍ଜିକାର ସ୍ମୃତିରେ ଲିପିବଦ୍ଧ ହୋଇଛି । ଏହି ବିଶ୍ୱ ସମ୍ମାନ ଭାରତର ଅନନ୍ତ ଜ୍ଞାନ ଏବଂ କଳାତ୍ମକ ପ୍ରତିଭାକୁ ଦର୍ଶାଉଛି । ଏହି କାଳଜୟୀ କୃତିଗୁଡ଼ିକ ସାହିତ୍ୟିକ ସମ୍ପତ୍ତି ଅପେକ୍ଷା ଅଧିକ, ଏହା ହେଉଛି ଦାର୍ଶନିକ ଏବଂ ସୌନ୍ଦର୍ଯ୍ୟ ଭିତ୍ତିଭୂମି, ଯାହା ଭାରତର ବିଶ୍ୱ ଦୃଷ୍ଟିକୋଣ ଏବଂ ଆମେ କିପରି ଚିନ୍ତା କରୁ, ଅନୁଭବ କରୁ, ବଞ୍ଚୁ ଏବଂ ପ୍ରକାଶ କରୁ ତାହାର ଆକାର ଦେଇଛି । ଏହା ସହିତ ଏହି ବିଶ୍ୱ ମାନ୍ୟତାରେ ଆମ ଦେଶରୁ ଏବେ ୧୪ଟି ଶିଳାଲେଖ ଅଛି ବୋଲି କହିଛନ୍ତି ଗଜେନ୍ଦ୍ର ସିଂହ ଶେଖାୱତ ।
ସେହିପରି ବିଶ୍ୱରେ ଥିବା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ଗର୍ବର ମୂହୂର୍ତ୍ତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୟୁନେସ୍କୋର ମେମୋରୀ ଅଫ୍ ଦି ୱାର୍ଲ୍ଡ ରେଜିଷ୍ଟରରେ ଗୀତା ଏବଂ ନାଟ୍ୟଶାସ୍ତ୍ରର ସାମିଲ ହେବା ଆମର କାଳଜୟୀ ଜ୍ଞାନ ଏବଂ ସମୃଦ୍ଧ ସଂସ୍କୃତିର ଏକ ବିଶ୍ୱସ୍ତରୀୟ ସ୍ୱୀକୃତି । ଗୀତା ଏବଂ ନାଟ୍ୟଶାସ୍ତ୍ର ଶତାବ୍ଦୀ ଧରି ସଭ୍ୟତା ଏବଂ ଚେତନାକୁ ପ୍ରେରଣା ଦେଇ ଆସିଛି । ସେମାନଙ୍କର ଅନ୍ତର୍ଦୃଷ୍ଟି ବିଶ୍ୱକୁ ପ୍ରେରଣା ଦେଇ ଚାଲିଛି ।