ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଦେଶକୁ ମାଓ ମୁକ୍ତ କରିବାକୁ ଯେଉଁ ପ୍ରତିଜ୍ଞା ନେଇଛନ୍ତି ତାହାକୁ ଅକ୍ଷରେ ଅକ୍ଷରେ ପାଳନ କରାଯାଉଛି । କେନ୍ଦ୍ରମନ୍ତ୍ରୀ ଚେତାବନୀ ଦେଇଥିଲେ ଯେ ଯଦି ଆତ୍ମ ସମର୍ପଣ ନ କରନ୍ତି ତେବେ ପାତାଳରେ ଥିଲେ ବି ସେମାନଙ୍କୁ ଖୋଜି ବାହାର କରି ଏନକାଉଣ୍ଟର କରାଯିବ । ୨୦୨୬ ମାର୍ଚ୍ଚ ସୁଦ୍ଧା ମାଓବାଦୀଙ୍କୁ ସମୂଳେ ନିପାତ କରିବାକୁ ଚାଲିଛି ବଡ଼ ଅଭିଯାନ । ପ୍ରତି ସପ୍ତାହ ବ୍ୟବଧାନରେ ଆସୁଛି ମାଓ ନିପାତ ଖବର । ବିଗତ ଏକ ବର୍ଷ ମଧ୍ୟରେ ୩୨୬ ମାଓବାଦୀଙ୍କୁ ଏନକାଉଣ୍ଟର କରାଯାଇ ସାରିଲାଣି ।
ଚଳିତ ବର୍ଷରେ ବର୍ତ୍ତମାନ ଯାଏ ସୁରକ୍ଷାବାହିନୀ ଭିନ୍ନ ଭିନ୍ନ ଅଭିଯାନରେ ୮୭ ଜଣ ମାଓବାଦୀଙ୍କୁ ଏନକାଉଣ୍ଟର କରିଛନ୍ତି । ଗତବର୍ଷ ୨୩୯ ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଥିଲା । ସେହିପରି ୨୦୨୪ରେ ୧୦୩୩ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଥିବାବେଳେ ୯୨୫ ଜଣ ଆତ୍ମସମର୍ପଣ କରିଛନ୍ତି । ୨୦୨୪ରେ ୯.୨୪ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିବା ହାର୍ଡକୋର୍ ମାଓବାଦୀଙ୍କୁ ନିହତ କରାଯାଇଥିଲା । ଗତ ବର୍ଷ ସୁରକ୍ଷାବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ପ୍ରାୟ ୧୨୪ଥର ଗୁଳି ବିନିମୟ ହୋଇଥିଲା । ତେବେ ଆସନ୍ତୁ ନଜର ପକାଇବା ଗତ ଏକ ବର୍ଷ ମଧ୍ୟରେ କେତେ ମାଓବାଦୀଙ୍କୁ ଏନକାଉଣ୍ଟର କରିଛନ୍ତି ସୁରକ୍ଷାବାହିନୀ ।
୨୦୨୫ରେ ଫେବୃଆରୀ ୯ ଯାଏ ଏନକାଉଣ୍ଟରରେ ପ୍ରାଣ ହରାଇଥିବା ମାଓବାଦୀ
- ଜାନୁଆରୀ ୩, ଗାରିଆବନ୍ଦରେ ୩ ଜଣ
- ଜାନୁଆରୀ ୨, ବିଜାପୁରରେ ୫ ଜଣ
- ଜାନୁଆରୀ ୫, ଆବୁଝମାଡରେ ୫ ଜଣ
- ଜାନୁଆରୀ ୧୬, ବିଜାପୁର-ସୁକମାରେ ୧୮ ଜଣ ନକ୍ସଲ ନିପାତ
- ଜାନୁଆରୀ ୨୦, ଗାରିଆବନ୍ଦରେ ୧୬ ଜଣ
- ଫେବୃଆରୀ ୧, ବିଜାପୁରର କୋରଚୋଲିରେ ୮ ଜଣ
- ଫେବୃଆରୀ ୨, କାଙ୍କେରର ପାଣିଦୋବିରରେ ଜଣେ
- ଫେବୃଆରୀ ୯, ବିଜାପୁର ଜାତୀୟ ଉଦ୍ୟାନ ଜଙ୍ଗଲରେ ୩୧ ଜଣ
୨୦୨୪ର ବଡ଼ ମୁକାବିଲାରେ ପ୍ରାଣ ହରାଇଥିବା ମାଓବାଦୀ
- ଅକ୍ଟୋବର ୪, ଦାନ୍ତେୱାଡ଼ାର ଥୁଲଥୁଲିରେ ୩୮ ଜଣ
- ଏପ୍ରିଲ ୧୬, କାଙ୍କେରର ଛୋଟେବେଠିଆରେ ୨୯ ଜଣ
- ଏପ୍ରିଲ ୨, ବିଜାପୁରର କୋରାଚୋଲିରେ ୧୩ ଜଣ
- ମେ ୧୦, ବିଜାପୁରର ପିଡିଆରେ ୧୨ ଜଣ
- ଏପ୍ରିଲ ୩୦, ଢେର ନାରାୟଣପୁରର ଟେକାମେଟାରେ ୧୦ ଜଣ
- ଏପ୍ରିଲ ୨୨, ସୁକମାର ଭେଜ୍ଜିରେ ୧୦ ଜଣ
- ସେପ୍ଟେମ୍ବର ୩୦, ଦାନ୍ତେୱାଡାର ପୁରାଙ୍ଗେଲରେ ୯ ଜଣ