ପାଟନା: କେନ୍ଦ୍ରୀୟ ସ୍ତରରେ ଅଧ୍ୟକ୍ଷ ନିଯୁକ୍ତି ପରେ ଭାରତୀୟ ଜନତା ପାର୍ଟି ବିହାର ମୁଖିଆ ଚୟନ କରିଛି । ସୋମବାର ବିଜେପି ବିହାର ରାଜ୍ୟ ସଭାପତି ଘୋଷଣା କରିଛି । ଦରଭଙ୍ଗା ବିଧାୟକ ସଞ୍ଜୟ ସରାବଗୀ ରାଜ୍ୟ ସଭାପତି ହୋଇଛନ୍ତି । ସେ ସଞ୍ଜୟ ସୟସୱାଲଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବେ ।
ସଞ୍ଜୟ ସରାବଦୀ ଦଳର ଜଣେ ପ୍ରମୁଖ ବୈଶ୍ୟ ଚେହେରା ଅଟନ୍ତି । ୨୦୦୫ରୁ ୨୦୨୫ ଯାଏ କ୍ରମାଗତ ୬ ଥର ବିଧାୟକ ରହିଛନ୍ତି । ଗତ ଏନଡିଏ ସରକାରରେ ସେ ରାଜସ୍ୱ ମନ୍ତ୍ରୀ ମଧ୍ୟ ଥିଲେ । ସେ ଦୀର୍ଘ ୧୦ ବର୍ଷ ପର୍ୟ୍ୟନ୍ତ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ବିଭିନ୍ନ ପଦ ପଦବୀରେ ରହିଛନ୍ତି । ୧୯୯୯ରେ ବିଜେପି ଯୁବ ମୋର୍ଚ୍ଚାର ଜିଲ୍ଲା ମନ୍ତ୍ରୀ ଥିଲେ । ସେହିପରି ୨୦୦୧ରେ ଦରଭଙ୍ଗା ନଗର ବ୍ଲକ୍ ସଭାପତି, ୨୦୦୩ରେ ଦରଭଙ୍ଗା ଜିଲ୍ଲା ମହାମନ୍ତ୍ରୀ ପଦରେ ନିଯୁକ୍ତ ହୋଇଛନ୍ତି ।