ନୂଆଦିଲ୍ଲୀ: ଆସନ୍ତା ମାସରେ ଡାଭୋସରେ ହେବାକୁ ଥିବା ବିଶ୍ୱ ଅର୍ଥନୈତିକ ଫୋରମର ବାର୍ଷିକ ବୈଠକରେ ଚାରିଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ୧୦୦ରୁ ଅଧିକ ପ୍ରମୁଖ କମ୍ପାନୀର ସିଇଓମାନେ ଅଂଶଗ୍ରହଣ କରିବେ। ଜାନୁଆରୀ ୧୯ ରୁ ୨୩ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ପାଞ୍ଚ ଦିନିଆ ବାର୍ଷିକ ବୈଠକରେ ଅନେକ କେନ୍ଦ୍ର ମନ୍ତ୍ରୀ ମଧ୍ୟ ଯୋଗଦେବାର ଆଶା କରାଯାଉଛି। ୬୦ ରାଷ୍ଟ୍ରମୁଖ୍ୟଙ୍କ ସମେତ ୧୩୦ଟି ଦେଶର ତିନି ହଜାର ବିଶ୍ୱ ନେତା ଅଂଶଗ୍ରହଣ କରିବେ।
ସଭାରେ ଅଂଶଗ୍ରହଣ କରୁଥିବା ଚାରୋଟି ରାଜ୍ୟର ଚାରି ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ସାମିଲ ଅଛନ୍ତି।
ସଭାର ବିଷୟବସ୍ତୁ ହେଉଛି ‘ସଂଳାପର ଆତ୍ମା’। ଡାଭୋସ ବୈଠକରେ ଯୋଗ ଦେଉଥିବା ପ୍ରମୁଖ ଶିଳ୍ପପତିମାନଙ୍କ ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମୁଖ୍ୟ ମୁକେଶ ଅମ୍ବାନୀ, ଟାଟା ଗ୍ରୁପର ଏନ. ଚନ୍ଦ୍ରଶେଖରନ ଏବଂ ଭାରତୀ ଗ୍ରୁପର ସୁନୀଲ ଭାରତୀ ମିତ୍ତଲ ଅନ୍ତର୍ଭୁକ୍ତ।
ଅଧିକ ପଢ଼ନ୍ତୁ: ଅଟିଷ୍ଟିକ୍ ବ୍ୟକ୍ତିମାନଙ୍କ ପାଇଁ ମାର୍ଗଦର୍ଶିକା ପ୍ରତିଷ୍ଠା ପାଇଁ ଦାବି ପ୍ରସଙ୍ଗରେ ଆଜି ଶୁଣାଣି