ନୂଆଦିଲ୍ଲୀ: ଗୋଆରେ ବର୍ଚ ବାୟ ରୋମିଓ ଲେନ ନାଇଟକ୍ଲବର ମାଲିକ ସୌରଭ ଓ ଗୌରବ ଲୁଥରାଙ୍କୁ ଆଗାମୀ ୨୪ରୁ ୪୮ ଘଣ୍ଟା ଭିତରେ ଭାରତ ଅଣା ଯାଇପାରେ । ନାଇଟକ୍ଲବରେ ଅଗ୍ନିକାଣ୍ଡ ପରଠୁ ଦୁଇ ଭାଇ ଥାଇଲାଣ୍ଡ ଫେରାର ମାରିଥିଲେ । ଡିସେମ୍ବର ୬ରେ ନାଇଟ କ୍ଲବରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ଅତି କମରେ ୨୫ ଜଣଙ୍କ ମୃତ୍ୟୁ ଘଟିଛି । ଏଥିରେ ଅନେକ କ୍ଲବର କର୍ମଚାରୀ ମଧ୍ୟ ଥିଲେ ।
ସରକାରୀ ସୂତ୍ର ଅନୁଯାୟୀ, ଲୁଥରା ବ୍ରଦର୍ସଙ୍କ ପ୍ରତ୍ୟର୍ପଣ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି । ରବିବାର ଉବୟଙ୍କୁ ଭାରତ ଅଣାଯାଇପାରେ । ଏହି ସମ୍ବନ୍ଧରେ ମାଜିଷ୍ଟ୍ରେଟ ଯାଞ୍ଚ କମିଟି ଶନିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାଗାର ମୂଳ ମାଲିକ ପ୍ରଦୀପ ଘାଡି ଅମୋଣକର ଓ ଆରପୋରାର ସରପଞ୍ଚ ରୋଶ ରୋଡକରଙ୍କୁ ପଚରା ଉଚୁରା କରିଥିଲେ । ଅଗ୍ନିକାଣ୍ଡର ତଦନ୍ତ ଜିଲ୍ଲାପାଳ ଅଙ୍କିତ ଯାଦବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି କରୁଛି ।
ଏହି ଘଟଣାରେ କ୍ଲବର ୫ ମ୍ୟାନେଜର ଓ କର୍ମଚାରୀଙ୍କୁ ଗିରଫ କରାଯାଇଛି । ଆଉ ସହ ମାଲିକ ଗୌରବ ଓ ସୌରଭ ଲୁଥ୍ରାଙ୍କୁ ଥାଇଲାଣ୍ଡରୁ ଭାରତ ଅଣାଯାଉଛି । ବୈଦେଶିକ ମନ୍ତ୍ରଣାଳୟ ଲୁଥ୍ରା ବ୍ରଦର୍ସଙ୍କ ପାସପୋର୍ଟ ରଦ୍ଦ କରି ଦେଇଥିଲେ । ଉଭୟଙ୍କ ବିରୋଧରେ ଇଣ୍ଟରପୋଲର ବ୍ଲୁ କର୍ଣ୍ଣର ନୋଟିସ୍ ଜାରି କରାଯାଇଥିଲା ।
ରବିବାର ପୋଲିସ ସେମାନଙ୍କ ଦିଲ୍ଲୀ ସ୍ଥିତ ବାସଭବନ ଉପରେ ଚଢାଉ କରିଛି । ଦିଲ୍ଲୀର ଏକ ଅଦାଲତ ଦୁହିଁଙ୍କ ଜାମିନ ଆବେଦନ ଖାରଜ କରିଥିଲା । ଦୁଇ ଭାଇ ଦାବି କରିଛନ୍ତି ଯେ, ତାଙ୍କୁ ଭୟ ଥିଲା ଯେ, ଗୋଆରେ ତାଙ୍କୁ ପିଟି ପିଟି ମାରି ଦିଆଯାଇପାରେ ।
Also read: ଆଇସିସିର ଅନୁରୋଧକୁ ମାନିଲା ନାହିଁ ବିସିସିଆଇ, ଭାରତ-ପାକିସ୍ତାନ ମ୍ୟାଚରେ ନୋ ହ୍ୟାଣ୍ଡସେକ ପଲିସି ଜାରି