କଲିକତା: ଚର୍ଚ୍ଚାରେ କ୍ରିକେଟର ଭଗବାନ କୁହାଯାଉଥିବା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର । ଯଦିଓ କ୍ରିକେଟ ଦୁନିଆରେ ଅଜ୍ଜୁର୍ନ ଏବେ ସୁଦ୍ଧା ନାଁ ନିଜ କମାଇ ପାରିନାହାନ୍ତି ତଥାପି ମାନବିକତାରେ ସେ ଏବେ ବାପାଙ୍କ ନାଁକୁ ଉଜ୍ଜଳ କରିଛନ୍ତି। ନିଜ ସୋସିଆଲ ମିଡ଼ିଆ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି ସେ ଏବେ ଲୋକଙ୍କ ସାହାଯ୍ୟ ମାଗିଛନ୍ତି। ଯେଉଁଥିରେ ୟୁଜର୍ସମାନେ ବିଭିନ୍ନ କମେଣ୍ଟ ଦେଉଥିବା ଦେଖିବାକୁ ମିଳିଛି।
ଅଜ୍ଜୁର୍ନ ନିଜ ପୋଷ୍ଟ ଏକ ମାତୃବୀହିନ କୁକୁର ଛୁଆ ପାଇଁ ସାହାଯ୍ୟ ଭିକ୍ଷା ମାଗିଛନ୍ତି। କୁକୁର ଛୁଆର ମା ମରିଯାଇଥିବାବେଳେ ଏହାକୁ ରଖିବାକୁ ସେ ଜଣାଇଛନ୍ତି । କେହି ତାଙ୍କୁ ରଖନ୍ତୁ ବୋଲି କହିଛନ୍ତି । ସେ ନିଜର ପୋଷ୍ଟରେ ଠିକଣା ସହ ପୋଷ୍ଟ କରିଛନ୍ତି ।
ତେବେ ଏହିକ କୁକୁର ଛୁଆକୁ ପୋଷ୍ୟ ଭାବେ କେହି ଗ୍ରହଣ କରନ୍ତୁ ବୋଲି ଲେଖିବା ପଛର କାରଣ ହେଉଛି, ରାସ୍ତାକଡ଼ରୁ ତାର ମାଆ ମରିଯିବା ପରେ ଯିଏ ତାଙ୍କୁ ଉଦ୍ଧାର କରିଛି, ସେମାନଙ୍କ ନିକଟରେ କୁକୁର ପାଳିବାର କୌଣସି ଅଭିଜ୍ଞତା ନାହିଁ। ତେବେ କୁକୁର ଛୁଆଟି ମାତ୍ର ୪୫ ଦିନର ହୋଇଥିବା ବେଳେ ତା’ ପାଇଁ ଅଜ୍ଜୁର୍ନଙ୍କ ମନ ବ୍ୟାକୁଳ ହୋଇଛି। ସୋସିଆଲ ମିଡ଼ିଆରେ ଫଟୋ ଜାରି କରି ସାହାଯ୍ୟ ଭିକ୍ଷା ମାଗିଛନ୍ତି।
ଅର୍ଜୁନ ତେନ୍ଦୁଲକର ହେଉଛନ୍ତି ଜଣେ ପଶୁପ୍ରେମୀ । ସେ କୁକୁରକୁ ଅଧିକ ଭଲ ପାଉଥିବା ପୂର୍ବରୁ ଫଟୋରେ ମଧ୍ୟ ଦେଖିବାକୁ ମିଳିଛି । ଯେଉଁ କାରଣରୁ ସେ କୁକୁରର ଦୁଃଖକୁ ଦେଖି ପାରୁନାହାନ୍ତି । ଏବେ ଆଇପିଏଲ ଚାଲିଥିବାବେଳେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଛନ୍ତି ଅର୍ଜୁନ । ଚଳିତ ବର୍ଷ କିନ୍ତୁ ସେ ଗୋଟିଏ ବି ମ୍ୟାଚରେ ଖେଳିବାର ସୁଯୋଗ ପାଇନାହାନ୍ତି ।