ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀର ଅନନ୍ତନାଗ ଜିଲ୍ଲାରେ ଅବସ୍ଥିତ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ସହିତ ଜରୁରୀ ଆଲୋଚନା କରିଛନ୍ତି । ମଙ୍ଗଳବାର ହିଁ ଶାହା ପହଲଗାମ ଗସ୍ତ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏ ନେଇ ଏକ୍ସରେ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ।
ସାଉଦି ଆରବ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ଆକ୍ରମଣ ଘଟଣାରେ ଅବଗତ ହେବା ପରେ ଗୃହ ମନ୍ତ୍ରୀଙ୍କ ସହିତ ତ୍ୱରିତ ଆଲୋଚନା କରିଛନ୍ତି । ପହଲଗାମରେ ଆତଙ୍କବାଦୀ ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଆକ୍ରମଣକାରୀଙ୍କୁ କଠୋରରୁ କୋଠର ପରିଣାମ ଭୋଗିବାକୁ ପଡ଼ିବ ବୋଲି କହିଛନ୍ତି ଶାହ । ସ୍ଥାନୀୟ ଅଧିକାରୀ ସହିତ ଆଲୋଚନା ହୋଇ ସାରିଛି । ଯଥାଶୀଘ୍ର ସେ ଶ୍ରୀନଗର ଗସ୍ତ କରିବେ ବୋଲି ସୂଚନା ଦେଇଛନ୍ତି । ଏହା ସହିତ ମୃତକଙ୍କ ପରିବାରରୁ ଗଭୀର ସମବେଦନା ଜଣାଇଛନ୍ତି ।
ପହଲଗାମକୁ ରାଜସ୍ଥାନରୁ କିଛି ପର୍ଯ୍ୟଟକ ବୁଲିବାକୁ ଆସିଥିଲେ । ମଙ୍ଗଳବାର ଆତଙ୍କବାଦୀ ଆକ୍ରମଣ ହୋଇଛି । ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଆହତ ହୋଇଛନ୍ତି । ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି।