ମୁକେଶ ଅମ୍ବାନୀଙ୍କ ଜିଓ ଦେଶର ଲୋକପ୍ରିୟ ଟେଲିକମ କଂପାନୀ ଭାବେ ବେଶ ଜଣାଶୁଣା । ଯିଓ ତାର ନୂତନ ଅଫରକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଛି । ଦେଶର କୋଟି କୋଟି ମୋବଇଲ ଉପଭୋକ୍ତାଙ୍କ ମଧ୍ୟରୁ ଅଧିକାଂଶ ଜିଓ ସହିତ ଜଡିତ । ନିକଟରେ ଆଇପିଏଲ ଚାଲିଥିବା କାରଣରୁ ଜିଓ ତାର ଉପଭୋକ୍ତାମାନଙ୍କ ପାଇଁ ଅଲଲିମିଟେଡ ଅଫର ଲଞ୍ଚ କରିଛି, ଯାହାର ବୈଧତା ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ରଖାଯାଇଥିଲା । କିନ୍ତୁ ଏବେ ଏହି ଅଫରର ବୈଧତାକୁ ବୃଦ୍ଧି କରାଯାଇ ୨୫ ମେ କରାଯାଇଛି । ଯାହା ଫଳରେ ଜିଓ ଉପଭୋକ୍ତାମାନଙ୍କୁ ଏହାର ଲାଭ ମିଳିବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ଏହି ଅଫର ସମ୍ପର୍କରେ।
ଏହି ଅନଲିମିଟେଡ ଅଫର ଜିଓ ମାର୍ଚ୍ଚ ମାସରେ ଲଞ୍ଚ କରିଥିଲା । ଯାହା ଅଧୀନରେ ୨୯୯ ଟଙ୍କା କିମ୍ବା ତା’ଠାରୁ ଅଧିକ ମୂଲ୍ୟର ରିଚାର୍ଜ ପ୍ଲାନ୍ କିଣୁଥିବା ଉପଭୋକ୍ତାମାନଙ୍କୁ ଜିଓହଟଷ୍ଟାରର ମାଗଣା ମୋବାଇଲ୍ ଆକ୍ସେସ୍ ଦିଆଯାଉଥିଲା। ଏହି ଅଫରରେ ପ୍ରତିଦିନ 1.5GB ଡାଟା ସହିତ ରିଚାର୍ଜ ଯୋଜନା ମଧ୍ୟ ଅନ୍ତର୍ଭୁକ୍ତ। ଏଥିରେ ଜିଓ ଏହାର ଉପଭୋକ୍ତାମାନଙ୍କୁ ୫୦ ଦିନ ପାଇଁ ମାଗଣାରେ ଜିଓ ୱାଇଫାଇ ସେବା ମଧ୍ୟ ପ୍ରଦାନ କରୁଛି, ଏହା ପରେ ଉପଭୋକ୍ତାମାନଙ୍କୁ ୫୯୯ ଟଙ୍କାର ପୋଷ୍ଟପେଡ୍ ପ୍ଲାନକୁ ସ୍ଥାନାନ୍ତରିତ କରାଯିବ। ଏବେ ଜିଓ ଉପଭୋକ୍ତାମାନେ ୨୫ ମଇ ପର୍ଯ୍ୟନ୍ତ ଏହି ଅଫରର ଲାଭ ଉଠାଇପାରିବେ।
ଆଇପିଏଲ ଯୋଗୁଁ ଜିଓ ଏହି ଅଫର ଆଣିଥିଲା, ଯାହା ଦ୍ଵାରା ଉପଭୋକ୍ତାମାନେ ଜିଓ ହଟଷ୍ଟାରରେ ମାଗଣାରେ ଆଇପିଏଲର ମଜା ନେଇପାରିବେ। ଆଇପିଏଲର ଫାଇନାଲ୍ ୨୫ ମଇରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମୟରେ ଜିଓ ପୁଣି ଥରେ ଏହି ଅଫରର ବୈଧତା ବୃଦ୍ଧି କରିଛି। ଯଦି ଆପଣ ମଧ୍ୟ ଏହି ଅଫରର ଲାଭ ଉଠାଇବାକୁ ଚାହୁଁଛନ୍ତି, ତେବେ ଆପଣ ଜିଓର ୨୯୯ ଟଙ୍କାର ପ୍ଲାନ୍ କିଣିପାରିବେ। ଏହା ସହିତ ଆପଣ କଲିଂ, ଡାଟା ଏବଂ SMS ର ସୁବିଧା ମଧ୍ୟ ପାଇପାରିବେ ।