ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରେ ଏବେ ଆରମ୍ଭ ହୋଇଛି ଚାରି ଧାମ ଯାତ୍ରା । କେଦାରନାଥ, ବଦ୍ରିନାଥ, ଯମୁନୋତ୍ରୀ, ଏବଂ ଗଙ୍ଗୋତ୍ରୀ ଏହି ୪ ତୀର୍ଥସ୍ଥାନ ଅଭିମୁଖେ ଭକ୍ତଙ୍କ ସୁଅ ଛୁଟିବାରେ ଲାଗିଛି । ଏହିରି ଭିତରେ କେଦାରନାଥ ଧାମରୁ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଭିଓିଓରେ କେଦାରନାଥ ପରିସରରେ ଏକ ବଡ଼ ସ୍କିପର ବାଜୁଥିବା ବେଳେ ପଞ୍ଜାବୀ ଗୀତର ତାଳେ ତାଳେ ଯୁବକ ନାଚୁଥିବାର ଦେଖିବାକୁ ମିଳିଛି ।
ଭିଡ଼ିଓ ଭାଇରାଲ ହେବା ପରେ ଲୋକଙ୍କ ମନରେ ଅସନ୍ତୋଷ ଦେଖିବାକୁ ମିଳିଛି । କେଦାରନାଥ ଧାମ ହେଉଛି ହିନ୍ଦୁମାନଙ୍କ ପାଇଁ ଏକ ପବିତ୍ର ଆସ୍ଥା କେନ୍ଦ୍ର। ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତ ଏଠାକୁ ବିଶ୍ୱାସ, ଭକ୍ତି ଏବଂ ଆଧ୍ୟାତ୍ମିକ ଶାନ୍ତି ପାଇଁ ଆସନ୍ତି। ଏପରି ପରିସ୍ଥିତିରେ, ଭାଇରାଲ ହୋଇଥିବା ଏହି ଭିଡିଓଟି ଅନେକ ଭକ୍ତଙ୍କୁ ଆଘାତ ଦେଇଛି। ସୋସିଆଲ ମିଡ଼ିଆରେ ଉତ୍ୟେକ୍ତ ଲୋକେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ମନ୍ଦିର ପରି ପବିତ୍ର ସ୍ଥାନରେ ଏଭଳି ଆଚରଣକୁ ନିନ୍ଦା କରାଯାଇଛି । କିଛି ଲୋକେ ତୀର୍ଥସ୍ଥାନର ପବିତ୍ରତାକୁ ଉଲ୍ଲଂଙ୍ଘନନ କରାଯିବାକୁ ବିରୋଧ କରି କଠୋର ଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି ।