ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ(ୟୁଏନଏସସି) ରୁଦ୍ଧ ଦ୍ୱାର ବୈଠକ କରିଛି । ଖବର ଏହା ଯେ, ବୈଠକ ସମୟରେ ୟୁଏନ ପକ୍ଷରୁ ପାକିସ୍ତାନକୁ ଅନେକ କଡା ପ୍ରଶ୍ନ କରାଯାଇଛି । ବୈଠକରେ ୧୦ ଅସ୍ଥାୟୀ ଓ ୫ ସ୍ଥାୟୀ ସଦସ୍ୟ ସମେତ ୧୦ ୟୁଏନଏସସି ସଦସ୍ୟ ଉପସ୍ଥିତ ଥିଲେ । ଏପ୍ରିଲ ୨୨ରେ ପହଲଗାମ ଆତଙ୍କବାଦୀ ହମଲା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଓ ତିକ୍ତତା ବଢିବାରେ ଲାଗିଛି.
ଦ ଟ୍ରିବ୍ୟୁନର ରିପୋର୍ଟ ଅନୁସାରେ ୟୁଏନଏସସି ପାକିସ୍ତାନକୁ ପ୍ରଶ୍ନ କରିଥିଲା ଯେ, କଣ ଏହି ହମଲାରେ ଲସ୍କର ଏ ତୋଇବା ସାମିଲ ଥିଲା । ଏହା ସହିତ ୟୁଏନଏସସି ବୈଠକ ସମୟରେ ପାକିସ୍ତାନକୁ ଅନେକ ପ୍ରଶ୍ନ କରିଛି । ସଦସ୍ୟମାନଙ୍କ କହିବା କଥା ଭାରତ ଓ ପାକିସ୍ତାନ ମଧ୍ୟରେ ଜାରି ପ୍ରସଙ୍ଗ ଓ ବିବାଦକୁ ଦ୍ୱିପାକ୍ଷିକସ୍ତରରେ ସମାଧାନ କରିବା ଉଚିତ୍ ।
ରିପୋର୍ଟ ଅନୁସାରେ ୟୁଏନଏସସି ସଦସ୍ୟ ପାକିସ୍ତାନର ଏହି ଯୁକ୍ତିକୁ ମଧ୍ୟ ଖଣ୍ଡନ କରିଛନ୍ତି, ଯେଉଁଥିରେ ପାକିସ୍ତାନ କହିଥିଲା ଯେ, ହମଲା ଭାରତ କରାଇଥିଲା । ପରିଷଦ ପାକିସ୍ତାନଠୁ ଜବାବ ଲୋଡିଛି ଯେ, ପହଲଗାମ ଆତଙ୍କୀ ହମଲା ଘଟଣାରେ ଲସ୍କରର ଭୂମିକା ଥିଲା କି ନାହିଁ ।
ମିଳିତ ଜାତିସଂଘ ସୁରକ୍ଷା ପରିଷଦ ମେ ମାସ ପାଇଁ ଅଧ୍ୟକ୍ଷ ଥିବା ୟୁନାମ ପାକିସ୍ତାନର ଅନୁରୋଧକ୍ରମେ ସୋମବାର ବୈଠକ ନିର୍ଦ୍ଧାରିତ କରିଥିଲେ । ପାକିସ୍ତାନ ବର୍ତ୍ତମାନ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ । ସୁରକ୍ଷା ପରିଷଦର ଏହି ବୈଠକ ସୋମବାର ମଧ୍ୟାହ୍ନରେ ପାଖାପାଖି ଦେଢ ଘଣ୍ଟା ଧରି ଚାଲିଥିଲା । ବୈଠକର ଆୟୋଜନ ୟୁଏନଏସସି ଚାମ୍ବର ନୁହେଁ ବରଂ ଏହାର ପରାମର୍ଶ କକ୍ଷରେ ଆୟୋଜିତ ହୋଇଥିଲା । ସୁରକ୍ଷା ପରିଷଦ ବୈଠକ ପରେ କୌଣସି ବୟାନ ଜାରି କରି ନାହିଁ । ମାତ୍ର ପାକିସ୍ତାନ ଦାବି କରିଛି ଯେ, ତାର ଉଦ୍ଦେଶ୍ୟ ଅନେକାଂଶ ପୂରା ହୋଇଛି ।