ତ୍ରିପୁରାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଜଣେ ମହିଳା ତାଙ୍କ ନଅ ବର୍ଷ ପୁଅର ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ୯ ବର୍ଷର ପୁଅ ତାଙ୍କ କଥା ମାନୁ ନ ଥିବାରୁ ପୁଅକୁ ହତ୍ୟା କରିଥିଲେ ମହିଳା । ପୁଅର ବ୍ୟବହାରରେ ଅତିଷ୍ଠ ହୋଇ ମହିଳା ଜଣକ ନିରାଶ ହୋଇଥିଲେ ଏବଂ ତାଙ୍କୁ ସମ୍ଭାଳିବାରେ ଅସମର୍ଥ ହୋଇଥିଲେ। ସେଥିପାଇଁ ସେ ଏହି ପଦକ୍ଷେପ ନେଇଥିବା ପୋଲିସକୁ ସୂଚନା ଦେଇଛନ୍ତି । ଏହି ଦୁଃଖଦ ଘଟଣା ସୋମବାର ସନ୍ଧ୍ୟାରେ ଅଗରତାଲାର ଜୋୟନଗରରେ ଘଟିଛି।
ମହିଳା ସୁପ୍ରଭା ବାଲ ଏଭଳି ବର୍ବର କାଣ୍ଡ ଘଟାଇଥିବା ସ୍ୱୀକାର କରିଛନ୍ତି ଏବଂ ପୋଲିସ ପହଞ୍ଚିବା ପରେ ପୁଅର ମୃତଦେହ ପାଖରେ ବସିଥିବାର ନଜର ଆସିଛନ୍ତି। ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।ଦିନମଜୁରିଆ ଶ୍ରମିକ ଭାବରେ କାର୍ଯ୍ୟ କରୁଥିବା ସୁପ୍ରଭା ବାଲ କହିଛନ୍ତି ଯେ ତାଙ୍କ ସ୍ୱାମୀ ନିଖୋଜ ଅଛନ୍ତି ଏବଂ ତାଙ୍କ ଝିଅ ବିବାହିତ, ତେଣୁ ତାଙ୍କ ପୁଅକୁ ସେ ଏକ ସମ୍ଭାଳୁଥିଲେ। ତାଙ୍କ ପୁଅ ରାଜଦୀପ କ୍ରମାଗତ ଦୁର୍ବ୍ୟବହାର କରୁଥିଲା ଏବଂ ସେ ଟଙ୍କା ଚୋରି ମଧ୍ୟ କରୁଥିଲା । ପାଠ ପଢାରେ ମଧ୍ୟ କୌଣସି ଧ୍ୟାନ ଦେଉନଥିଲା ରାଜଦୀପ, ତେଣୁ ସେ କହିଛନ୍ତି " ନା ମୁଁ କାମକୁ ଯାଇପାରୁଛି ନା ଶାନ୍ତିରେ ବଞ୍ଚିପାରୁଛି"। ତେଣୁ ମୁଁ ରାଜଦୀପର ତଣ୍ଟି ଚିପି ହତ୍ୟା କରିଛି ଏବଂ ଏଥିପାଇଁ ଜେଲ ଯିବାକୁ ପ୍ରସ୍ତୁତ ରହିଛି ।
ଅଧିକ ପଢନ୍ତୁ : ସାନିଟାରୀ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ