ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଖେଳ ରତ୍ନ ପୁରସ୍କାର ଶୁକ୍ରବାର ପ୍ରଦାନ କରାଯାଇଛି । ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଭିନ୍ନ ବର୍ଗରେ କୃତୀ ଖେଳାଳୀଙ୍କୁ ମେଜର୍ ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର ଓ ଅର୍ଜୁନ ପୁରସ୍କାର ପ୍ରଦାନ କରିଛନ୍ତି । ଯୁଗଳ ଅଲମ୍ପିକ ପଦକ ବିଜେତା ମନୁ ଭାକର, ବିଶ୍ୱ ଚେସ୍ ଚମ୍ପିଆନ୍ ଗୁକେସ ଡି, ଭାରତୀୟ ପୁରୁଷ ହକି ଦଳ ଅଧିନାୟକ ହରମନପ୍ରୀତ ସିଂହ ଏବଂ ପାରା ଆଥଲେଟ୍ ପ୍ରବୀଣ କୁମାର ଖେଳ ରତ୍ନ ପୁରସ୍କାର ଗ୍ରହଣ କରିଛନ୍ତି । ସେହିପରି ୩୨ ଜଣ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି ୫ ଜଣ ଖେଳ ପ୍ରଶିକ୍ଷକଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ।
ଚେସ୍ ତାରକା ଗୁକେସ ଡି
• ୨୦୨୪, ସିଙ୍ଗାପୁରରେ ଅନୁଷ୍ଠିତ FIDE ବିଶ୍ୱ ଚେସ୍ (କ୍ଲାସିକାଲ୍) ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ
• ୨୦୨୪, ବୁଡାପେଷ୍ଟରେ ଅନୁଷ୍ଠିତ FIDE ୪୫ତମ ଚେସ୍ ଅଲିମ୍ପିଆଡ୍ (ଓପନ୍ ଟିମ୍)ରେ ସ୍ୱର୍ଣ୍ଣ ପଦକ
• ୨୦୨୪, ବୁଡାପେଷ୍ଟରେ ଅନୁଷ୍ଠିତ FIDE ୪୫ତମ ଚେସ୍ ଅଲିମ୍ପିଆଡ୍ (ବ୍ୟକ୍ତିଗତ)ରେ ସ୍ୱର୍ଣ୍ଣ ପଦକ
ଭାରତୀୟ ପୁରୁଷ ହକି ଦଳ ଅଧିନାୟକ ହରମନପ୍ରୀତ ସିଂହ
• ୨୦୨୪ରେ ଫ୍ରାନ୍ସର ପ୍ୟାରିସରେ ଅନୁଷ୍ଠିତ ଅଲିମ୍ପିକ୍ ଗେମ୍ସ (ପୁରୁଷ ହକି ଦଳ)ରେ କାଂସ୍ୟ ପଦକ
• ୨୦୨୧ରେ ଜାପାନର ଟୋକିଓରେ ଅନୁଷ୍ଠିତ ଅଲିମ୍ପିକ୍ ଗେମ୍ସ (ପୁରୁଷ ହକି ଦଳ)ରେ କାଂସ୍ୟ ପଦକ
• ୨୦୨୩ରେ ଚୀନର ହାଙ୍ଗଝୁରେ ଅନୁଷ୍ଠିତ ୧୯ତମ ଏସୀୟ ଗେମ୍ସ (ପୁରୁଷ ହକି ଦଳ)ରେ ସ୍ୱର୍ଣ୍ଣ ପଦକ
ପାରା ଆଥଲେଟ୍ ପ୍ରବୀଣ କୁମାର
• ୨୦୨୪, ପ୍ୟାରିସ ପାରାଅଲିମ୍ପିକ୍ ଗେମ୍ସ (ପୁରୁଷଙ୍କ ହାଇ ଜମ୍ପ୍ T64)ରେ ସ୍ୱର୍ଣ୍ଣ ପଦକ
• ୨୦୨୧, ଟୋକିଓ ପାରାଅଲିମ୍ପିକ୍ ଗେମ୍ସ (ପୁରୁଷଙ୍କ ହାଇ ଜମ୍ପ୍ T64)ରେ ରୌପ୍ୟ ପଦକ
• ୨୦୨୩, ଚୀନର ହାଙ୍ଗଝୁରେ ଅନୁଷ୍ଠିତ ଚତୁର୍ଥ ଏସୀୟ ପାରା ଗେମ୍ସ (ପୁରୁଷଙ୍କ ହାଇ ଜମ୍ପ୍ T64)ରେ ସ୍ୱର୍ଣ୍ଣ ପଦକ
ଶୁଟର୍ ମନୁ ଭାକର
• ୨୦୨୪, ପ୍ୟାରିସ ଅଲିମ୍ପିକ୍ ଗେମ୍ସ (ମହିଳା ୧୦ ମିଟର ଏୟାର ପିସ୍ତଲ)ରେ କାଂସ୍ୟ ପଦକ
• ୨୦୨୪, ପ୍ୟାରିସ ଅଲିମ୍ପିକ୍ ଗେମ୍ସ (ମିଶ୍ରିତ ଦଳ ୧୦ ମିଟର ଏୟାର ପିସ୍ତଲ)ରେ କାଂସ୍ୟ ପଦକ