ମହାରାଷ୍ଟ୍ର: ମୃତ୍ୟୁ କେତେବେଳେ କେଉଁଠି ଆଉ କେମିତି ଆସିବ ତାହା କହିହେବନାହିଁ । କାରଣ ମହାରାଷ୍ଟ୍ରର କ୍ଲୋହାପୁରରୁ ଏଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ଗାଡ଼ି ଚଲାଉଥିବା ବେଳେ ହଠାତ୍ ଚାଳକଙ୍କୁ ହୃତଘାତ ହେଉଛି, ଆଉ ଏହାପରେ ସେ ନିୟନ୍ତ୍ରଣ ହରାଇ ପାଖାପାଖି ୯ଟି ଗାଡ଼ି ସହ ଧକ୍କା ହେଉଛନ୍ତି । ଶନିବାର ଘଟିଥିବା ଏହି ମର୍ମନ୍ତୁଦ ଦୁର୍ଘଟଣାରେ କାର ଚଲାଉଥିବା ବ୍ୟବସାୟୀ ଜଣକ ପ୍ରାଣ ହରାଇଛନ୍ତି । ତେବେ ସେ ଗାଡ଼ି ଚଳାଇ ଯାଉଥିବା ବେଳେ ହଠାତ୍ ରାସ୍ତାରେ ତାଙ୍କୁ ହୃତଘାତ ହୋଇଥିଲା । ଶନିବାର ଦିନ ପ୍ରାୟ ୨ଟା ସମୟରେ ସହରର ଟେମ୍ବଲାଇ ଗେଟ୍ ଫ୍ଲାଏଓଭର ନିକଟ ସର୍ଭିସ୍ ରୋଡରେ ଏହି ଘଟଣା ଘଟିଥିଲା ।
ବ୍ୟବସାୟୀଙ୍କୁ ହୃଦଘାତ ହେବା ମାତ୍ରେ ସେ କାର ଉପରୁ ନିୟନ୍ତ୍ରଣ ହରାଇଲେ ଏବଂ ତାଙ୍କ କାର ରାସ୍ତାରେ ଥିବା ଅନ୍ୟ ୯ଟି ଗାଡ଼ି ସହିତ ଧକ୍କା ହୋଇ ଦୁର୍ଘଟଣାର ସମ୍ମୁଖୀନ ହେଲା । ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଲା ଯେ ବ୍ୟବସାୟୀଙ୍କୁ ହୃଦଘାତ ହୋଇଥିଲା । ଯାହା ଯୋଗୁଁ ସେ କାର ଉପରୁ ନିୟନ୍ତ୍ରଣ ହରାଇଥିଲେ । ତେବେ ସୌଭାଗ୍ୟବଶତଃ, ଏହି ଘଟଣାରେ ଅନ୍ୟ କୌଣସି ବ୍ୟକ୍ତି ଆହତ ହୋଇନାହାଁନ୍ତି ।
ପୋଲିସଙ୍କ ସୂଚନା ଅନୁସାରେ ମୃତ ବ୍ୟବସାୟୀ ଜଣକ ହେଉଛନ୍ତି ଧୀରଜ ଶିବାଜୀ ରାଓ ପାଟିଲ । ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା । ସେ କରବୀର ବିଧାୟକ ପିଏନ ପାଟିଲଙ୍କ ଭଣଜା ଥିଲେ। ନିଜ SUV ଗାଡ଼ି ଚଳାଇ ଯାଉଥିବା ବେଳେ ହଠାତ୍ ତାଙ୍କୁ ହୃଦଘାତ ହୋଇଥିଲା ।