ଉତ୍ତରପ୍ରଦେଶ: ପ୍ରୟାଗରାଜରେ ହେବାକୁ ଥିବା ମହାକୁମ୍ଭ ମେଳାକୁ ନେଇ ଏବେ ସାରା ବିଶ୍ବରେ ଚର୍ଚ୍ଚା ଚାଲିଛି । ଭିନ୍ନ ଭିନ୍ନ ବାବା, ନାଗା ,ସାଧୁସନ୍ଥଙ୍କ ଆଗମନ ପ୍ରୟାଗରାଜକୁ ହେଉଛି । ଏହାରି ଭିତରେ ଜଣେ ବିଚିତ୍ର ବାବାଙ୍କୁ କୁମ୍ଭମେଳାରେ ଦେଖିବାକୁ ମିଳିଛି । ଏହି ବାବାଙ୍କ ନାଁ ହେଉଛି ଅନାଜ ବାବା । ଉତ୍ତରପ୍ରଦେଶର ସୋନଭଦ୍ର ଜିଲ୍ଲାରେ ରହୁଥିବା ଏହି ବାବା ନିଜ ମୁଣ୍ଡରେ ଗହମ , ବାଜରା , ଚଣା ଏବଂ ମଟର ଭଳି ଫସଲ ଲଗାଇ ସଭିଁଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । କେବଳ ଗଛ ଲଗାଇନାହାନ୍ତି, ବରଂ ମୁଣ୍ଡରେ ଲଗାଇଥିବା ଗଛକୁ ଜୀବିତ ରଖିବାକୁ ପ୍ରତିଦିନ ପାଣି ମଧ୍ୟ ଦେଇଥାନ୍ତି ।
କଲ୍ପବାସର କିଲା ଘାଟରେ ରହୁଥିବା ଏହି ବାବା ବର୍ତ୍ତମାନ ମହାକୁମ୍ଭ ମେଳାର ପ୍ରମୁଖ ଆକର୍ଷଣ ପାଲଟିଛନ୍ତି । ଗତ ୫ ବର୍ଷ ହେଲାଣି ପରିବେଶର ସୁରକ୍ଷା ଦିଗରେ ସଚେତନତା ପ୍ରସାର କରିବା ପାଇଁ ବାବା ଏଭଳି ନିଆରା ପଦକ୍ଷେପ ନେଇଛନ୍ତି । ବାବା କୁହନ୍ତି , ମୁଁ ଯେଉଁଠିକୁ ବି ଯାଏ ସବୁଜିମା , ବୃକ୍ଷରୋପଣ କରିବା ପାଇଁ ଲୋକଙ୍କୁ ସଚେତନ କରାଏ ।