ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଧାମିର୍କ ସ୍ଥଳୀ ମାନଙ୍କରେ ଖୁବଶୀଘ୍ର ବନ୍ଦ ହୋଇପାରେ ମଦ ବିକ୍ରି । ଏନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ଯାଦବ ବଡ଼ ବୟାନ୍ ଦେଇଛନ୍ତି । ସେ କହିଛନ୍ତି, ଧାର୍ମିକ ସହରଗୁଡ଼ିକରେ ଖୁବ ଶୀଘ୍ର ମଦ ନିଷେଧ ହେବା ନେଇ ଯୋଜନା କରାଯାଉଛି । କାରଣ ଏହି ସ୍ଥାନ ଏବଂ ସହରଗୁଡ଼ିକର ନିଜସ୍ବ ମର୍ଯ୍ୟାଦା ଅଛି, ଯାହା ଉପରେ ଧ୍ୟାନ ଦେବାକୁ ପଡିବ, ତେଣୁ ମଦ ନିଷେଧ ଲାଗୁ କରାଯାଇପାରିବ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ବଜେଟ ଅଧିବେଶନ ପାଇଁ ପ୍ରସ୍ତୁତି ଆରମ୍ଭ ହେଉଛି।’ ଏପରି ପରିସ୍ଥିତିରେ, ଆମ ସରକାର ଧାର୍ମିକ ସହରରେ ମଦ ଉପରେ ନିଷେଧ କରିବା ଉଚିତ ବୋଲି ବିଚାର କରୁଛି, କାରଣ ଅନେକ ସନ୍ଥ ନିଜେ ଏହା ପରାମର୍ଶ ଦେଇଛନ୍ତି, ଯାହାକୁ ଆମ ସରକାର ଗମ୍ଭୀରତାର ସହିତ ବିଚାର କରୁଛି। ଆମେ ଆମର ନୀତି ସଂଶୋଧନ କରିବାକୁ ଏବଂ ଧାର୍ମିକ ସହରରେ ମଦ ନିଷେଧ କରିବାକୁ ପ୍ରସ୍ତୁତ ହେଉଛୁ।
ଏଥିସହ ରାଜ୍ୟର ଧାର୍ମିକ ସହରରେ ଥିବା ସମସ୍ତ ମଦ ଦୋକାନକୁ ସହର ବାହାରେ ସ୍ଥାନାନ୍ତର କରିବା ପାଇଁ ପ୍ରସ୍ତୁତି କରାଯାଉଥିବା ବେଳେ ସରକାର ଏ ଦିଗରେ ଦ୍ରୁତ ଗତିରେ କାମ କରୁଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଯାଦବ ।
ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନ୍ ପରେ ଚଳିତବର୍ଷ ଫେବୃଆରୀ କିମ୍ବା ମାର୍ଚ୍ଚରେ ହେବାକୁ ଥିବା ବଜେଟ ଅଧିବେଶନରେ ଧାର୍ମିକ ସହରରେ ମଦ ନିଷେଧ ପାଇଁ ଏକ ପ୍ରସ୍ତାବ ଆସିବା ନେଇ ଚର୍ଚ୍ଚା ହେଉଛି । ଏହା ଦ୍ୱାରା ଉଜ୍ଜୟିନୀ ସମେତ ରାଜ୍ୟର ଅନେକ ଧାର୍ମିକ ସହରରେ ମଦ ବିକ୍ରିକୁ ନିଷେଧ କରାଯିବ ।