ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ସୁପ୍ରିମକୋର୍ଟରୁ ନିରାଶ ହୋଇଛନ୍ତି । ୨୦୦ କୋଟି ହେରଫେର ମାମଲାରେ ଇଡି ପକ୍ଷରୁ ଦାୟର କରାଯାଇଥିବା ଏଫ୍ଆଇଆରକୁ ରଦ୍ଦ କରିବାକୁ କରାଯାଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି ।
ବିଚାରପତି ଦୀପାଙ୍କର ଦତ୍ତା ଏବଂ ବିଚାରପତି ଅଗଷ୍ଟିନ ଜର୍ଜ ମସୀହଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି । ଜ୍ୟାକଲିନଙ୍କ ପକ୍ଷରୁ ପକ୍ଷ ରଖୁଥିବା ଅଧିବକ୍ତା ମୁକୁଲ ରୋହତଗୀ କହିଛନ୍ତି, ସୁକେଶ ଚନ୍ଦ୍ରଶେଖରଙ୍କ ସହିତ ତାଙ୍କର କୌଣସି ନେଣଦେଣ ନାହିଁ । ଚନ୍ଦ୍ରଶେଖରଙ୍କ ଅପରାଧିକ ଇତିହାସ ସମ୍ପର୍କରେ କୌଣସି ଭାବେ ଅବଗତ ନ ଥିଲେ । ଇଡି ପକ୍ଷରୁ କରାଯାଇଥିବା ମାମଲା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଏବଂ ସେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ । ତେଣୁ ତାଙ୍କ ବିରୋଧରେ ହୋଇଥିବା ମାମଲାରୁ ରଦ୍ଦ କରାଯିବା ଉଚିତ । କିନ୍ତୁ ଖଣ୍ଡପୀଠ ଉକ୍ତ ଆବେଦନକୁ ଖାରଜ କରି ଏଥିରେ କୌଣସି ପ୍ରକାର ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ସିଧାସଳଖ ମନା କରିଦେଇଥିଲେ ।
ଏହା ପୂର୍ବରୁ ଦିଲ୍ଲୀ ସମାନ ଯାଚିକାକୁ ଖାରଜ କରିଥିଲେ । ଓକିଲ ସୁମିର ସୋଢ଼ୀଙ୍କ ମାଧ୍ୟମରେ ଦାୟର ଆବେଦନରେ, ଜ୍ୟାକଲିନ ଜୁଲାଇ ୩ରେ ଦିଲ୍ଲୀ ହାଇକୋର୍ଟର ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିଥିଲେ । ମନି ଲଣ୍ଡ୍ରିଂ ମାମଲାକୁ ରଦ୍ଦ କରିବା ପାଇଁ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲା । ଦିଲ୍ଲୀ ପୋଲିସ ଚନ୍ଦ୍ରଶେଖରଙ୍କ ଉପରେ ରାନବାକ୍ସିର ପୂର୍ବତନ ପ୍ରମୋଟର ଶିବିନ୍ଦର ସିଂହ ଏବଂ ମାଲବିନ୍ଦର ସିଂହଙ୍କ ପତ୍ନୀଙ୍କୁ ୨୦୦ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ କରିଛି।