ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆଉ ପାଦେ ଆଗକୁ ବଢ଼ିଛି । ଭାରତୀୟ ନୌସେନାକୁ ଥ୍ରୀ-ଡି ଏୟାର ସର୍ଭିଲାନ୍ସ ରାଡାର୍ ମିଳିଛି । ଟାଟା ଆଡଭାନ୍ସଡ୍ ସିଷ୍ଟମ୍ ଲିମିଟେଡ୍ (ଟିଏଏସ୍ଏଲ୍) ଏବଂ ସ୍ପେନର ପ୍ରତିରକ୍ଷା କମ୍ପାନୀ ଇନ୍ଦ୍ରା ସହିତ ମିଳିତ ସହଯୋଗରେ ନୌସେନାକୁ ଏହି ଥ୍ରୀ-ଡି ରାଡାର୍ ମିଳିଛି ।
ଲାଞ୍ଜା-ଏନ୍ ଇନ୍ଦ୍ରାର ଲାଞ୍ଜା ଥ୍ରୀଡି ରାଡାର୍ ଏକ ନୌସେନା ସଂସ୍କରଣ ଅଟେ । ଏହା ଦୁନିଆରୁ ସବୁଠାରୁ ଅତ୍ୟାଧୁନିକ ଦୂରଗାମୀ ବାୟୁ ପ୍ରତିରକ୍ଷା ଏବଂ ଆଣ୍ଟି ମିସାଇଲ୍ ରାଡାରରେ ଗଣିତ ହୋଇଥାଏ । ଏହି ରାଡାର୍ ଉଭୟ ବାୟୁ ଏବଂ ସ୍ଥଳ ଭାଗରେ ଲକ୍ଷ୍ୟସ୍ଥଳକୁ ଥ୍ରୀଡି ଜରିଆରେ ଟ୍ରାକ୍ କରିବାର କ୍ଷମତା ରଖିଛି । ଏହା ୪୭୦ କିଲୋମିଟର ଦୂରତା ପର୍ୟ୍ୟନ୍ତ ଟ୍ରାକ୍ କରି ପାରିବ । ଏହା ଡ୍ରୋନ୍, ସୁପରସୋନିକ ଫାଇଟର୍ ଜେଟ୍, ଆଣ୍ଟି ରେଡ଼ିଏସନ୍ ମିସାଇଲ ଏବଂ ନୌସେନାର ଶତ୍ରୁ ଧରି ପାରିବ ।
ଏହି ରାଡାର୍ ସିଷ୍ଟମ୍ ପ୍ରତିକୂଳ ପରିସ୍ଥିତି ମଧ୍ୟ କାମ କରି ପାରିବ । ପାଣିପାଗ ଖରାପ ଥିଲେ ଶତ୍ରୁଙ୍କୁ ଅଟକାଇବାରେ ସକ୍ଷମ ହୋଇ ପାରିବ ନାହିଁ । ଇନ୍ଦ୍ରା କମ୍ପାନୀ ପକ୍ଷରୁ ଏହାକୁ ଭାରତ ମହାସାଗରର ଅନୁକୂଳ ଅନୁଯାୟୀ ପ୍ରସ୍ତୁତ କରିଛି । ଏହାକୁ ସମସ୍ତ ଯୁଦ୍ଧ ପୋତ ସହିତ ଯୋଡ଼ା ଯାଇଛି । ବିଭିନ୍ନ ସାମୁଦ୍ରିକ ପରୀକ୍ଷଣ ପରେ ଏହାକୁ ସାମିଲ କରାଯାଇଛି ।
୨୦୨୦ରେ ଟିଏଏସ୍ଏଲ୍ ଏବଂ ସ୍ପେନ୍ ଇନ୍ଦ୍ରା ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଚୁକ୍ତି ଅନୁଯାୟୀ ଭାରତକୁ ୨୩ ରାଡାର୍ ସିଷ୍ଟମ୍ ଦେବ । ଏଥିମଧ୍ୟରୁ ଇନ୍ଦ୍ରା ୩ଟି ଥ୍ରୀଡି ରାଡାର୍ ସିଷ୍ଟମ୍ ଦେବ । ଅନ୍ୟଗୁଡ଼ିକୁ ଟାଟା ସ୍ପେନରୁ ପାର୍ଟ୍ସ ଆଣି ଭାରତରେ ନିର୍ମାଣ କରିବ । ଏଥିପାଇଁ ଟାଟା କର୍ଣ୍ଣାଟକ ରାଡାର୍ ଅସେମ୍ବଲ୍, ସମନ୍ୱୟ ଏବଂ ପରୀକ୍ଷଣ ପାଇଁ ବ୍ୟବସ୍ଥା କରିଛି, ଯାହା ଏହାକୁ ତ୍ୱରାନ୍ୱିତ କରିବ ।