ଭାରତୀୟ ବାୟୁସେନା ଏବେ ଆଧୁନିକ ଯୁଦ୍ଧର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏକ ଅତ୍ୟନ୍ତ ଆଡଭାନ୍ସ ମଲ୍ଟି-ଡୋମେନ୍ କମ୍ବ୍ୟାଟ୍ ସିମୁଲେଟର 'AGNI' କିଣିବାକୁ ଯାଉଛି। ନୂଆଦିଲ୍ଲୀରେ ବିକଶିତ ହେଉଥିବା ଏହି ସିଷ୍ଟମ ପାରମ୍ପରିକ ଫ୍ଲାଇଟ୍ ସିମୁଲେଟରଠାରୁ ବେଶ୍ ଭିନ୍ନ ହେବ। ଏଥିରେ ଏୟାରଫୋର୍ସ, ଆର୍ମି ଏବଂ ନେଭିର ଅଧିକାରୀମାନେ ଗୋଟିଏ ନେଟୱର୍କରେ ରିୟଲ୍ ଟାଇମ୍ରେ ମିଳିତ ଯୁଦ୍ଧାଭ୍ୟାସ କରିପାରିବେ।
ଭାରତୀୟ ବାୟୁସେନା ଏବେ ଆଧୁନିକ ଯୁଦ୍ଧର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏକ ଅତ୍ୟନ୍ତ ଆଡଭାନ୍ସ ମଲ୍ଟି-ଡୋମେନ୍ କମ୍ବ୍ୟାଟ୍ ସିମୁଲେଟର AGNI କିଣିବାକୁ ଯାଉଛି। AGNI ଅର୍ଥାତ୍ 'Air Combat, Ground Planning and Network Integrated' ସିଷ୍ଟମ। ଏହା ମାଧ୍ୟମରେ ରାଫାଲ, ସୁଖୋଇ-୩୦ MKI ଏବଂ ଅନ୍ୟାନ୍ୟ ଯୁଦ୍ଧ ବିମାନର ପାଇଲଟ୍ମାନଙ୍କୁ ନୂତନ ପିଢ଼ିର ଯୁଦ୍ଧ ଟ୍ରେନିଂ ଦିଆଯିବ।
ନୂଆଦିଲ୍ଲୀରେ ବିକଶିତ ହେଉଥିବା ଏହି ସିଷ୍ଟମ ପାରମ୍ପରିକ ଫ୍ଲାଇଟ୍ ସିମୁଲେଟରଠାରୁ ବେଶ୍ ଭିନ୍ନ ହେବ। ଏଥିରେ ଏୟାରଫୋର୍ସ, ଆର୍ମି ଏବଂ ନେଭିର ଅଧିକାରୀମାନେ ଗୋଟିଏ ନେଟୱର୍କରେ ରିୟଲ୍ ଟାଇମ୍ରେ ମିଳିତ ଯୁଦ୍ଧାଭ୍ୟାସ କରିପାରିବେ। AGNI ସିମୁଲେଟରରେ ଫାଇଟର ଜେଟ୍, ଡ୍ରୋନ୍, ମିସାଇଲ୍, ରଡାର, ଏୟାର ଡିଫେନ୍ସ ସିଷ୍ଟମ ଏବଂ ଯୁଦ୍ଧପୋତଗୁଡ଼ିକୁ ଏକାଠି ଯୋଡ଼ି ଆଧୁନିକ ଯୁଦ୍ଧର ପରିବେଶ ସୃଷ୍ଟି କରାଯିବ। ଏଥିରେ ଭର୍ଚୁଆଲ୍ ରିଆଲିଟି (Virtual Reality), ଇଲେକ୍ଟ୍ରୋନିକ୍ ୱାର୍ଫେୟାର ଏବଂ ହାଇ-ରିଜୋଲ୍ୟୁସନ୍ ସାଟେଲାଇଟ୍ ଇମେଜେରୀର ବ୍ୟବହାର କରାଯିବ।
କାହାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି AGNI ସିଷ୍ଟମ?
IAF (ଭାରତୀୟ ବାୟୁସେନା) ଅନୁଯାୟୀ, ଆଧୁନିକ ଯୁଦ୍ଧ ଏବେ କେବଳ ଫାଇଟର ଜେଟ୍ ମଧ୍ୟରେ ସୀମିତ ହୋଇ ରହିନାହିଁ। ଡ୍ରୋନ୍ ସ୍ୱାର୍ମ (Drone Swarm), ଇଲେକ୍ଟ୍ରୋନିକ୍ ଜ୍ୟାମିଂ, ସାଇବର ଅପରେସନ୍ ଏବଂ ସାଟେଲାଇଟ୍ ନେଟୱର୍କ ମଧ୍ୟ ଯୁଦ୍ଧର ଏକ ପ୍ରମୁଖ ଅଂଶ ପାଲଟିଗଲାଣି। ଏହାକୁ ହିଁ ଦୃଷ୍ଟିରେ ରଖି AGNI ସିଷ୍ଟମ ପ୍ରସ୍ତୁତ କରାଯାଉଛି। AGNI ଅଧୀନରେ ଗୋଟିଏ ପଟେ ପାଇଲଟ୍ମାନେ ସିମୁଲେଟେଡ୍ କକପିଟ୍ରେ ମିଶନ ଉଡ଼ାଣ କରିବେ, ଅନ୍ୟପଟେ ଏୟାର ଡିଫେନ୍ସ କଣ୍ଟ୍ରୋଲରମାନେ ହଜାର ହଜାର ଟାର୍ଗେଟ୍ ଉପରେ ନଜର ରଖିବେ। ଏହା ସହିତ ଗ୍ରାଉଣ୍ଡ କମାଣ୍ଡରମାନେ ସ୍ଥଳସେନା, ନୌସେନା ଏବଂ ବାୟୁସେନାର ସମ୍ବଳଗୁଡ଼ିକର ମିଳିତ ପରିଚାଳନା କରିବେ।
୧୦00 ରୁ ଅଧିକ ଆକାଶମାର୍ଗର ବିପଦକୁ ଏକାସଙ୍ଗେ ଟ୍ରାକ୍ କରିବ
ଏହି ସିଷ୍ଟମରେ ବଡ଼ ପାନୋରମିକ୍ ଡିସପ୍ଲେ (Panoramic Displays) ଲଗାଯିବ, ଯାହା ସାହାଯ୍ୟରେ ୧୦୦୦ ରୁ ଅଧିକ ଆକାଶମାର୍ଗର ବିପଦକୁ ଏକାସଙ୍ଗେ ଟ୍ରାକ୍ କରାଯାଇପାରିବ। ଏଥିରେ ଫାଇଟର ଏୟାରକ୍ରାଫ୍ଟ, ହେଲିକପ୍ଟର, ଡ୍ରୋନ୍, ପରିବହନ (Transport) ବିମାନ ଏବଂ ମିସାଇଲ୍ ସାମିଲ ରହିବ। AGNI ରେ ସୁଖୋଇ-୩୦ MKI, ମିରାଜ୍-୨୦୦୦ ଏବଂ ରାଫାଲ ଭଳି ଭାରତୀୟ ଯୁଦ୍ଧ ବିମାନର ହାଇ-ଫିଡେଲିଟି କକପିଟ୍ ରହିବ। ଏହା ବ୍ୟତୀତ ଶତ୍ରୁ ଦେଶଗୁଡ଼ିକର F-16, F-22 ଏବଂ ଚୀନ୍ର J-10 ଓ J-11 ଭଳି ବିମାନର ମଧ୍ୟ ଭର୍ଚୁଆଲ୍ କପି ପ୍ରସ୍ତୁତ କରାଯିବ, ଯଦ୍ଦ୍ୱାରା ପ୍ରକୃତ ଯୁଦ୍ଧ ଭଳି ଟ୍ରେନିଂ ଦିଆଯାଇପାରିବ।
ଖରାପ ପାଣିପାଗରେ ବି ମିଶନ ସମ୍ପୂର୍ଣ୍ଣ କରିବେ
ଏହି ସିମୁଲେଟରରେ ଟେକଅଫ୍, ଦ୍ରୁତ ମୋଡ଼ (Sharp turns), ଅସ୍ତ୍ରଶସ୍ତ୍ର ନିକ୍ଷେପ କରିବା ଏବଂ ଖରାପ ପାଣିପାଗ ଭଳି ପରିସ୍ଥିତିର ଅନୁଭୂତି ମଧ୍ୟ ମିଳିବ। ପାଇଲଟ୍ମାନେ ରାତି, ବର୍ଷା, କୁହୁଡ଼ି ଏବଂ କମ୍ ଦୃଶ୍ୟମାନତା (Low visibility) ମଧ୍ୟରେ ବି ମିଶନ ଟ୍ରେନିଂ କରିପାରିବେ। ଏହାର ସବୁଠାରୁ ଆଡଭାନ୍ସ ଅଂଶ ହେଉଛି ଗ୍ରାଉଣ୍ଡ ବ୍ୟାଟେଲ ଏନଭାଇରନମେଣ୍ଟ (Ground Battle Environment), ଯେଉଁଥିରେ ଟ୍ୟାଙ୍କ, ମିସାଇଲ୍ ବ୍ୟାଟେରୀ, ରଡାର, ଯୁଦ୍ଧପୋତ, ବୁଡ଼ାଜାହାଜ (Submarines), ଏୟାରକ୍ରାଫ୍ଟ କ୍ୟାରିୟର ଏବଂ ବାଲିଷ୍ଟିକ୍ ମିସାଇଲ୍ ଡିଫେନ୍ସ ସିଷ୍ଟମକୁ ଏକାଠି ଦେଖାଯାଇପାରିବ।
ଏହା ବ୍ୟତୀତ ଟ୍ରେନିଂ ସମୟରେ ଇନଷ୍ଟ୍ରକ୍ଟର (ପ୍ରଶିକ୍ଷକ) ରିୟଲ୍ ଟାଇମ୍ରେ ନୂଆ ନୂଆ ବିପଦ ଯୋଡ଼ିପାରିବେ, ଯୋଗାଯୋଗ ବ୍ୟବସ୍ଥାକୁ ବାଧାପ୍ରାପ୍ତ କରିପାରିବେ ଏବଂ ପାଣିପାଗ ଖରାପ ମଧ୍ୟ କରିପାରିବେ। ସମ୍ପୂର୍ଣ୍ଣ ଅଭ୍ୟାସର ଅଡିଓ-ଭିଡିଓ ରେକର୍ଡିଂ ମଧ୍ୟ କରାଯିବ, ଯାହାଦ୍ୱାରା ପରେ ଏହାର ସମୀକ୍ଷା ଓ ବିଶ୍ଳେଷଣ କରାଯାଇପାରିବ।