ନୂଆଦିଲ୍ଲୀ: ୨୦୨୩-୨୪ ବର୍ଷରେ ଦେଶରେ ରେକର୍ଡ ସଂଖ୍ୟକ କୋଇଲା ଉତ୍ପାଦନ ହୋଇଛି । ଗତବର୍ଷ ଅପେକ୍ଷା ଚଳିତ ବର୍ଷ କୋଇଲା ଉତ୍ପାଦନରେ ୧୧.୭୧ ପ୍ରତିଶତ ବୃଦ୍ଧି ହୋଇଛି । ଏନେଇ କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ମୁତାବିକ ୨୦୨୨-୨୩ ବର୍ଷରେ ଭାରତରେ କୋଇଲା ଉତ୍ପାଦନ ହୋଇଥିଲା ୮୯୩. ୧୯୧ ମିଲିୟନ ଟନ, ହେଲେ ୨୦୨୩-୨୪ ବର୍ଷ ଏହା ବୃଦ୍ଧି ହୋଇ ୯୯୭.୮୨୬ ମିଲିୟନ ଟନରେ ପହଞ୍ଚିଛି, ଯାହା ପୂର୍ବବର୍ଷ ଅପେକ୍ଷା ଏଥର ୧୧.୭୧ ପ୍ରତିଶତ ବୃଦ୍ଧି ଘଟିଛି ।