ତେଲେଙ୍ଗାନା:ଆପାର୍ଟମେଣ୍ଟରେ ନିଆଁ, ୬ ଜଣ ଜୀବନ୍ତ ଦଗ୍ଧ
Khabar Odisha:fire-miashap-in-telengana
ଖବର ଓଡିଶା : 17/03/2023:

ତେଲେଙ୍ଗାନା ସିକନ୍ଦରାବାଦ ସ୍ୱପ୍ନାଲୋକ୍ କମ୍ପେ୍ଲକ୍ସର ୩ମହଲା ବିଲ୍ଡିରେ ରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଭୟଙ୍କର ଅଗ୍ନିକାଣ୍ଡରେ ୬ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୪ଜଣ ଝିଅ ଓ ୨ଜଣ ପୁଅ ଥିବା ସୂଚନା ମିଳିଛି । ୬ଜଣଙ୍କୁ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିଛନ୍ତି ।  ସିକନ୍ଦରାବାଦର ଏକ ୮ ତାଲା ବିଶିଷ୍ଟ ଆପାର୍ଟମେଣ୍ଟରେ ଗତ କାଲି ରାତି ପ୍ରାୟ ୮ଟା ପାଖାପାଖି ସମୟରେ ନିଆଁ ଲାଗି ଯାଇଥିଲା |ମୃତ ବ୍ୟକ୍ତିମାନେ ହେଉଛନ୍ତି ତେଲେଙ୍ଗାନା ଅନ୍ତର୍ଗତ ୱାରାଙ୍ଗାଲ୍‌ ଓ ଖମ୍ମାମ୍‌ ଜିଲ୍ଲାବାସୀ।ସମସ୍ତଙ୍କ ବୟସ ପ୍ରାୟ ପାଖାପାଖି ୨୦ ବର୍ଷ ହେବ ବୋଲି ଜଣା ଯାଇଛି। ଏହି ଅଗ୍ନିକାଣ୍ଡରୁ ୭ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି। ଏହି  ଆପାର୍ଟମେଣ୍ଟରେ ବହୁ ଅଫିସ ଥିବା ବେଳେ ବିଭିନ୍ନ ଫ୍ଲାଟରେ ଲୋକେ ରହୁଥିବା ବି ଜଣାଯାଇଛି। 

Subscribe

National International State Sports Entertainment