ନୂଆଦିଲ୍ଲୀ: ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ଜାତୀୟ ରାଜଧାନୀ ଦିଲ୍ଲୀର କର୍ତ୍ତବ୍ୟ ପଥରେ ଗଡ଼ିବ ‘ନନ୍ଦିଘୋଷ’ । ଭାରତୀୟ ସେନାର ଏହି ସ୍ୱତନ୍ତ୍ର ବାହାନ ଏବେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି । କର୍ତ୍ତବ୍ୟ ପଥରେ ପରାକ୍ରମ ଦେଖାଇବ ନନ୍ଦିଘୋଷ । ଯାହାର କଣ୍ଟିନଜେଣ୍ଟ୍ କମାଣ୍ଡରଭାବେ ମେଜର୍ ରାଧିକା ସେନ୍ ଏହାର ନେତୃତ୍ୱ ନେଇଛନ୍ତି । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଅନୁସାରେ ଏହାର ନନ୍ଦିଘୋଷ ନାମକରଣ କରାଯାଇଛି ।
ଗାଡ଼ିକୁ କାହିଁକି ନନ୍ଦିଘୋଷ ନାମରେ ନାମିତ କରାଯାଇଛି ସେ ନେଇ ମେଜର୍ ରାଧିକା ସେନ୍ କହିଛନ୍ତି, ନନ୍ଦିଘୋଷ ହେଉଛି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥର ନାମ । ତାହାରି ଅନୁସାରେ ଗାଡ଼ି ନାମକରଣ ହୋଇଛି । ଯାହାକି ଉର୍ଜାର ପ୍ରତୀକ । ଯିଏ ନିଜ ରାସ୍ତାରେ ଆସୁଥିବା ସମସ୍ତ ବାଧା ବିଘ୍ନକୁ ଅତିକ୍ରମ କରି ଆଗକୁ ବଢ଼ିପାରେ । ଭାରତୀୟ ସେନା ଓ ସାଉଥ୍ ଆଫ୍ରିକା ପାରା ଫୋର୍ସର ମିଳିତରେ ନନ୍ଦିଘୋଷକୁ ପ୍ରସ୍ତୁତ କରାଯାଇଛି । ଗାଡ଼ି ୯୦୦୦ ସିସିର ଇଞ୍ଜିନ ରହିଛି । ଗାଡ଼ିଟି ମାଇନସ୍ ପ୍ରୋଟେକସନ୍ ଆର୍ମର୍ କ୍ୟାରିୟର ଅଟେ । ଏଥିରେ ୮ ଜଣ ଯବାନ ରହିପାରିବେ । ଏତଦବ୍ୟତୀତ ଜଣେ ଚାଳକ ଓ ସହ ଚାଳକ ଗାଡ଼ିରେ ବସିପାରିବେ । ଏହା ସମସ୍ତେ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିପାରିବ । ବିଶେଷକରି ଆତଙ୍କବାଦୀ ବିରୋଧୀ ଅଭିଯାନରେ ନିୟୋଜିତ କରାଯିବ । ଯାହାକି ଆତଙ୍କବାଦୀଙ୍କ ଆକ୍ରମଣରୁ ଯବାନଙ୍କୁ ରକ୍ଷା କରିପାରିବ । ଗାଡ଼ିକୁ ପାହାଡ଼ିଆ ଅଞ୍ଚଳରେ ମଧ୍ୟ ନିଯୋଜିତ କରାଯାଇପାରିବ । ଗାଡ଼ିର ରଙ୍ଗ ଧଳା ରହିଛି କାରଣ ଜାତିସଂଘକୁ ମଧ୍ୟ ଏହି ଗାଡ଼ି ପ୍ରଦାନ କରାଯାଇଛି । ଯାହାକି ଲେବାନନ୍ ଓ ସାଉଥସୁଦାନରେ ନିୟୋଜିତ କରାଯାଇଛି । ଏହା ଜରିଆରେ ଭାରତୀୟ ପ୍ରତିରକ୍ଷା ବିଭାଗ ଟେକ୍ନୋଲୋଜି ଦୁନିଆରେ ଅନ୍ତର୍ଜାତୀୟ ସ୍ତରରେ ପାଦ ରଖି ଥିବା ନେଇ ବାର୍ତ୍ତା ଦିଆଯାଇଥିବା କହିଛନ୍ତି ମେଜର୍ ରାଧିକା ସେନ୍ ।