ନୂଆଦିଲ୍ଲୀ: ପହଲଗାମର ପ୍ରତିଶୋଧ ପରେ ଏବେ ଦେଶରେ ଉତ୍ସବର ଲହରି ଖେଳାଯାଇଛି । ଦେଶରେ ଅଦିନିଆ ହୋଲି ଓ ଦୀପାବଳି ପାଳନ କରାଯାଉଛି । ତେବେ କଂଗ୍ରେସ ପୁଣି ଏହାକୁ ନେଇ ପ୍ରଶ୍ନ କରିଛି । କଂଗ୍ରେସ ନେତା ରାଶିଦ ଅଲବି ପ୍ରଶ୍ନ ଉଠାଇଛନ୍ତି ଏବଂ ପଚାରିଛନ୍ତି ଯେ ଏହି ଅପରେସନରେ ସମସ୍ତ ଆତଙ୍କବାଦୀ ନିହତ ହୋଇଛନ୍ତି କି ?
ରାଶିଦ ଅଲବି ଗଣମାଧ୍ୟମକୁ ତାଙ୍କର ପ୍ରତିକ୍ରିୟା ଦେଇ କହିଛନ୍ତି, ବହୁତ ଭଲ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ଥିଲା , ଏହା ନିହାତି ଜରୁରୀ ଥିଲା । ଯାହା ଭାରତ ସରକାର କହିଥିବେ ଆମ ସେନା ତାହା କରିଥିବେ । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି, ପ୍ରତ୍ୟେକ ଆତଙ୍କବାଦୀ ମରିଛନ୍ତି କି ? ଆଗକୁ ଆଉ ଏପରି ନାହିଁ କି ?
ଅଧିକ ପଢନ୍ତୁ : ଅପରେଶନ ସିନ୍ଦୂର: ମସୁଦ ଆଝାରର ପରିବାରର ୧୪ ଜଣ ସଦସ୍ୟ ନିପାତ
ଅନ୍ୟପକ୍ଷରେ ଭାରତ ସରକାର ଓ ସେନାର କାର୍ଯ୍ୟାନୁଷ୍ଠାନକୁ ଦଳମତ ନିର୍ବିଶେଷରେ ପ୍ରଶଂସା କରାଯାଉଛି । କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ସପା ସାଂସଦ ଅଖିଳେଶ ଯାଦବ ପ୍ରମୁଖ ପ୍ରଶଂସା କରିଛନ୍ତି । କଂଗ୍ରେସ ସଭାପତି ଏବଂ ସାଂସଦ ମଲ୍ଲିକାର୍ଜୁନ ଖଡ୍ଗେ ଅପରେସନ ସିନ୍ଦୂର ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି, ପାକିସ୍ତାନ ଏବଂ ପିଓକେରୁ ସୃଷ୍ଟି ହେଉଥିବା ସମସ୍ତ ପ୍ରକାରର ଆତଙ୍କବାଦ ବିରୁଦ୍ଧରେ ଭାରତର ଏକ ଦୃଢ଼ ଜାତୀୟ ନୀତି ରହିଛି । ଆମେ ଆମର ଭାରତୀୟ ସଶସ୍ତ୍ର ବାହିନୀ ଉପରେ ଅତ୍ୟନ୍ତ ଗର୍ବିତ ଯେଉଁମାନେ ପାକିସ୍ତାନ ଏବଂ ପିଓକେରେ ଆତଙ୍କବାଦୀ ଶିବିରଗୁଡ଼ିକୁ ଧ୍ୱଂସ କରିଛନ୍ତି । ଏଆଇଏମ୍ଆଇଏମ୍ ମୁଖ୍ୟ ଏବଂ ସାଂସଦ ଅସଦୁଦ୍ଦିନ ଓୱେସି ଅପରେସନ ସିନ୍ଦୂର ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି, ପାକିସ୍ତାନରେ ଥିବା ଆତଙ୍କବାଦୀ ଘାଟି ଉପରେ ଆମର ପ୍ରତିରକ୍ଷା ବାହିନୀ ଦ୍ୱାରା କରାଯାଇଥିବା ଲକ୍ଷ୍ୟଭେଦୀ ଆକ୍ରମଣକୁ ମୁଁ ସ୍ୱାଗତ କରୁଛି। ସମାଜବାଦୀ ପାର୍ଟି ମୁଖ୍ୟ ଏବଂ ସାଂସଦ ଅଖିଳେଶ ଯାଦବ ଅପରେସନ ସିନ୍ଦୂର ଉପରେ ପ୍ରତିକ୍ରିୟା ଦେଇଛନ୍ତି। ଇନଷ୍ଟାଗ୍ରାମରେ ପୋଷ୍ଟ କରିବାବେଳେ ସେ 'ପରାକ୍ରମର ବିଜୟ' ଲେଖିଛନ୍ତି। ଆମ ଆଦମୀ ପାର୍ଟି ମୁଖ୍ୟ ଏବଂ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଅପରେସନ ସିନ୍ଦୂର ଉପରେ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ‘ଆମେ ଭାରତୀୟ ସେନା ଏବଂ ଆମର ସାହସୀ ସୈନିକଙ୍କ ଉପରେ ଗର୍ବିତ।
ଅଧିକ ପଢନ୍ତୁ : ସୀମାରେ ପାକିସ୍ତାନର କାପୁରୁଷତାପୂର୍ଣ୍ଣ କାର୍ଯ୍ୟ, ପୁଞ୍ଚରେ ୬ ଭାରତୀୟ ନାଗରିକଙ୍କ ମୃତ୍ୟୁ