ଶ୍ରୀନଗର: ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟରୁ ନିବୃତ୍ତ ରହୁନାହିଁ। ନିୟନ୍ତ୍ରଣ ରେଖାରେ ଗୁଳିବିନିମୟରେ ଲୋକମାନେ ବହୁତ କ୍ଷତି ସହିଛନ୍ତି। ପୁଞ୍ଚରେ ଆଜି ଜଣ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁର କାରଣ ହେଉଛି ପାକିସ୍ତାନୀ ସେନା ଦ୍ବାରା କରାଯାଇଥିବା ଅସ୍ତ୍ରବିରତି ଉଲ୍ଲଂଘନ। ଭାରତୀୟ ବାୟୁସେନା ମଙ୍ଗଳବାର-ବୁଧବାର ମଧ୍ୟ ରାତ୍ରୀରେ ଆତଙ୍କବାଦୀଙ୍କ ୯ଟି ଠିକଣାରେ ଆକ୍ରମଣ କରିଛି। ଏହି ଶିବିରଗୁଡ଼ିକ ଧ୍ବଂସ ହେଲା ପରେ ପାକିସ୍ତାନ ଅସ୍ଥିର ହୋଇପଡ଼ିଛି। ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏକ ଜାତୀୟ ସୁରକ୍ଷା ବୈଠକ ଡାକିଛନ୍ତି।
ପହଲଗାମ ଆତଙ୍କବାଦୀ ଆକ୍ରମଣର ଠିକ୍ ୧୫ ଦିନ ପରେ, ମଙ୍ଗଳବାର-ବୁଧବାର ରାତି ପ୍ରାୟ ୧ଟା ୪୪ରେ ପାକିସ୍ତାନ ଏବଂ ଅଧିକୃତ ଜମ୍ମୁ ଓ କାଶ୍ମୀର (ପିଓକେ)ରେ ଥିବା ଆତଙ୍କବାଦୀ ଶିବିର ଉପରେ ଭାରତୀୟ ସେନା ଆକ୍ରମଣ କରିଥିଲା, ଯାହା ପାକିସ୍ତାନକୁ ଆତଙ୍କିତ କରିଦେଇଛି। ନିଜର ହତାଶାକୁ ଦୂର କରିବା ପାଇଁ, ପାକିସ୍ତାନ ଜମ୍ମୁ କଶ୍ମୀରର ନିୟନ୍ତ୍ରଣ ରେଖା ଉପରେ ରାତିସାରା ଗୁଳିଚାଳନା କରିଥିଲା।
ଜମ୍ମୁ କଶ୍ମୀରର ନିୟନ୍ତ୍ରଣ ରେଖା ଏବଂ ଅନ୍ତର୍ଜାତୀୟ ସୀମାରେ ରାତିସାରା ପାକିସ୍ତାନ ସେନାର ପ୍ରବଳ ଗୁଳିମାଡ଼ରେ ୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ବୁଧବାର ଦିନ ପ୍ରତିରକ୍ଷା ସୂତ୍ରରୁ ଜଣାପଡ଼ିଛି।
ପାକିସ୍ତାନ ଏବଂ ପାକ୍ ଅଧିକୃତ କଶ୍ମୀରରେ ନଅଟି ଆତଙ୍କବାଦୀ ଆଡ୍ଡା ଉପରେ ଭାରତ କ୍ଷେପଣାସ୍ତ୍ର ଆକ୍ରମଣ କରିବା ପରେ ପାକିସ୍ତାନ ସେନା ଦ୍ୱାରା ଅସ୍ତ୍ରବିରତି ଉଲ୍ଲଂଘନ ସମ୍ପର୍କରେ ସେ କହିଛନ୍ତି ଯେ ଭାରତୀୟ ସେନା ମଧ୍ୟ ଗୁଳିବର୍ଷାର ସମାନ ଜବାବ ଦେଉଛି।
ଅଧିକ ପଢ଼ନ୍ତୁ: ତିନି ସଂଗଠନରୁ ନିପାତ ହେଲେ ଏହି ସଦସ୍ୟ…