ନୂଆଦିଲ୍ଲୀ: ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳାଫଳକୁ ବିବାଦ ଥମିବାର ନାଁ ଧରୁନାହିଁ । ଆଜି ପୁନଃ ମୂଲ୍ୟାୟନ ପାଇଁ ସିବିଏସ୍ଇ ପକ୍ଷରୁ ପୋର୍ଟାଲ ଖୋଲିବାକୁ ନିଷ୍ପତ୍ତି ହୋଇଥିଲା । ମାତ୍ର ଏହି ନିଷ୍ପତ୍ତିକୁ ପୁଣି ବଦଳାଇ ଦିଆଯାଇଛି । ୱେବସାଇଟରେ ତ୍ରୁଟି ଯୋଗୁଁ ଏହାକୁ ଜୁନ୍ ୧ ପୋର୍ଟାଲ ଖୋଲିବା ନିଷ୍ପତ୍ତିକୁ ସିବିଏସ୍ଇ ସ୍ଥଗିତ ରଖିଛି ।
ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବିଭ୍ରାଟ ପରେ ସିବିଏସ୍ଇ ପୁନଃ ମୂଲ୍ୟାୟନ କରିବାକୁ ଆଜିର ଦିନ ଧାର୍ଯ୍ୟ କରାଯାଇଥିଲା । ଯେଉଁ ଛାତ୍ରାଛାତ୍ରୀ ଫଳାଫଳକୁ ନେଇ ଦ୍ୱନ୍ଦ୍ୱରେ ଥିବେ ସେମାନେ ଚାହିଁଲେ ସିବିଏସ୍ଇ ୱେବ ସାଇଟରେ ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିପାରିବେ । ସ୍ୱଚ୍ଛ ଏବଂ ତ୍ରୁଟି ଶୂନ୍ୟ ମୂଲ୍ୟାୟନ ପାଇଁ ସିବିଏସ୍ଇ ଏହି ନିଷ୍ପତ୍ତି ନେଇଛି । ମାତ୍ର ୱେବସାଇଟରେ ଅସୁବିଧା ଯୋଗୁଁ ଆଉ ଏକ ଦିନ ଧାର୍ଯ୍ୟ କରାଯାଇଛି । ଏହାକୁ ଜୁନ୍ ୧ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଜୁନ୍ ୧ ତାରିଖରେ ପୋର୍ଟାଲ ଖୋଲିବାକୁ ସିବିଏସ୍ଇ ମୁଖ୍ୟାଳୟ ପକ୍ଷରୁ ଏକ୍ସରେ ସୂଚନା ଦିଆଯାଇଛି ।