ନୂଆଦିଲ୍ଲୀ: CBSE ବୋର୍ଡ ପରୀକ୍ଷା ୨୦୨୭କୁ ଅପେକ୍ଷା କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ୨୦୨୬-୨୭ ଶିକ୍ଷାବର୍ଷର ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ଅସ୍ଥାୟୀ ପରୀକ୍ଷା ସୂଚୀ ପ୍ରକାଶ କରିଛି। ଏହି ସୂଚୀ ଅନୁସାରେ ୨୦୨୭ ଫେବୃଆରୀ ୧୬ରୁ ପରୀକ୍ଷା ଆରମ୍ଭ ହେବ। ଦଶମ ଶ୍ରେଣୀ ପରୀକ୍ଷା ମାର୍ଚ୍ଚ ୯ରେ ଶେଷ ହେବାକୁ ଥିବା ବେଳେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଏପ୍ରିଲ୍ ୯ ପର୍ଯ୍ୟନ୍ତ ଚାଲିବ।
ତେବେ ଏହା ଅସ୍ଥାୟୀ ତାରିଖ ସୂଚୀ। ଚୂଡ଼ାନ୍ତ ଡେଟ୍ସିଟ୍ ପରବର୍ତ୍ତୀ ସମୟରେ ବୋର୍ଡ ପକ୍ଷରୁ ଜାରି କରାଯିବ। ତେଣୁ ଛାତ୍ରଛାତ୍ରୀମାନେ ଏବେଠାରୁ ନିଜର ପରୀକ୍ଷା ପ୍ରସ୍ତୁତି ଓ ପଢ଼ା ସମୟସୂଚୀ ପ୍ରସ୍ତୁତ କରିପାରିବେ।
ଫେବୃଆରୀ ୧୬ରୁ ଆରମ୍ଭ ହେବ ବୋର୍ଡ ପରୀକ୍ଷା
CBSE ପକ୍ଷରୁ ପ୍ରକାଶିତ ସୂଚନା ଅନୁସାରେ, ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫେବୃଆରୀ ୧୬ରୁ ଆରମ୍ଭ ହେବ। ଦଶମ ଶ୍ରେଣୀର ପରୀକ୍ଷା ମାର୍ଚ୍ଚ ୯ରେ ଶେଷ ହେବ। ସେହିପରି ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଏପ୍ରିଲ୍ ୯ରେ ଶେଷ ହେବାର କାର୍ଯ୍ୟସୂଚୀ ରହିଛି। ଭିନ୍ନ ବିଷୟର ପରୀକ୍ଷା ଅଲଗା ଅଲଗା ତାରିଖରେ ହେବ। ତେଣୁ ଛାତ୍ରଛାତ୍ରୀମାନେ ନିଜ ବିଷୟ ଅନୁସାରେ ତାରିଖ ଓ ସବ୍ଜେକ୍ଟ କୋଡ୍ ଭଲ ଭାବେ ଯାଞ୍ଚ କରିବା ଜରୁରୀ।
କେଉଁଠାରୁ ଡାଉନଲୋଡ୍ କରିବେ ଡେଟ୍ସିଟ୍ ?
ଛାତ୍ରଛାତ୍ରୀମାନେ CBSEର ଅଫିସିଆଲ୍ ୱେବସାଇଟ୍କୁ ଯାଇ ନିଜ ଶ୍ରେଣୀର ପରୀକ୍ଷା ସୂଚୀ PDF ଡାଉନଲୋଡ୍ କରିପାରିବେ।
ଡାଉନଲୋଡ୍ କରିବାର ପ୍ରକ୍ରିୟା-
ପ୍ରଥମେ cbse.gov.in ୱେବସାଇଟ୍ ଖୋଲନ୍ତୁ। ହୋମ୍ପେଜ୍ରେ ଥିବା 'Latest @ CBSE' ବିଭାଗକୁ ଯାଆନ୍ତୁ।CBSE Date Sheet 2027 ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ।ଦଶମ କିମ୍ବା ଦ୍ୱାଦଶ ଶ୍ରେଣୀର PDF ଚୟନ କରନ୍ତୁ।ଡେଟ୍ସିଟ୍ ଡାଉନଲୋଡ୍ କରି ନିଜ ପାଖରେ ସଂରକ୍ଷିତ ରଖନ୍ତୁ।