ଖସିଲେ ଅମ୍ବାନୀ, ଉଠିଲେ ଅଦାନୀ,ଭାରତର ଏକ ନମ୍ବର ଧନୀ ପୁଣି ହେଲେ ଗୌତମ ଅଦାନୀ
Khabar Odisha:businessnewsstorytop-10-billionaires-gautam-adani-now-6th-richest-person-in-world-know-about-mukesh-ambani-position-tutc-
ନୁଆଦିଲ୍ଲୀ , ଜୁନ୍ 25(ଖବର ଓଡ଼ିଶା):

 ଭାରତର ଏକ ନମ୍ବର ଧନୀ ପୁଣି  ହେଲେ ଗୌତମ ଅଦାନୀ ।  ବିଶ୍ୱର ୧୦ ଜଣ କୋଟିପତିଙ୍କ ତାଲିକାରେ ପୁଣିଥରେ ପରିବର୍ତନ ଦେଖିବାକୁ ମିଳିଛି । ଏହି ତାଲିକାରେ ବିଜନେସ ମ୍ୟାନ୍ ତଥା ଭାରତୀୟ ବଶିଳ୍ପପତି   ଗୌତମ ଅଦାନୀ ଉପରକୁ ଉଠିଛନ୍ତି । ଅନ୍ୟପକ୍ଷରେ, ଫ୍ରାନ୍ସର ବର୍ନାର୍ଡ ଆର୍ନାଲ୍ଟ ଜେଫ୍ ବେଜୋସଙ୍କୁ ଦୀର୍ଘ ଦିନ ପରେ ଟକ୍କର ଦେଇଛନ୍ତି । 

ତେବେ ସବୁଠାରୁ ବଡ଼ କଥା ହେଉଛି ମୁକେଶ ଅମ୍ବାନୀ ଖସି ତାଲିକାରେ   ୧୦ତମ ସ୍ଥାନରେ ରହିଛନ୍ତି । 

ରିପୋର୍ଟ ମୁତାବକ ଆଦାନି ଗ୍ରୁପର ଚେୟ୍ୟାରମ୍ୟାନ୍ ଗୌତମ ଆଦାନିଙ୍କ ସମ୍ପତି ୨.୫ ଅରବ ଡ଼ଲାର ବଢି ୯୮.୧ ଅରବ ଡ଼ଲାର ହୋଇଯାଇଛି । ନେଟୱାର୍ଥରେ ହେଉଥିବା ଉତ୍ଥାନ କାରଣରୁ ସେ ପୁଣି ତରେ ଦଶମ ସ୍ଥାନରୁ ଷଷ୍ଠ ସ୍ଥାନକୁ ଚାଲି ଆସିଛନ୍ତି । ୨୦୨୨ରେ ଏବେଯାଏଁ ରୋଜଗାର କରିଥିବା ଟଙ୍କା ଆଜି ତାଙ୍କୁ ଏହି ସ୍ଥାନକୁ ନେଇ ଆସିଛି । 

ଶୀର୍ଷ ୧୦ ଧନୀ ତାଲିକାରେ ଅନ୍ତର୍ଭୁକ୍ତ ଦ୍ୱିତୀୟ ଭାରତୀୟ ଭାବେ ଶିଳ୍ପପତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ରହିଛନ୍ତି । ସେ ଦଶମ ସ୍ଥାନକୁ ଖସି ଆସିଛନ୍ତି। ଯଦି ଆମେ ଫୋର୍ବସ୍ ତାଲିକାକୁ ଦେଖିବା, ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଅମ୍ବାନୀଙ୍କ ସମ୍ପତ୍ତି ୧.୩ ବିଲିୟନ ଡ଼ଲାର୍ (ପ୍ରାୟ ୧୦ ହଜାର କୋଟି ଟଙ୍କା) ବୃଦ୍ଧି ପାଇଛି ଏବଂ ଏବଂ ତାଙ୍କର ନିଟ୍ ମୂଲ୍ୟ ୯୨.୪ ବିଲିୟନ ଡ଼ଲାରରେ ପରିଣତ ହୋଇଛି । ନିକଟରେ ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସର ସେୟାରରେ ବୃଦ୍ଧି ଘଟିଥିଲା। ଏହି କାରଣରୁ ସେ ଦେଶର ସବୁଠାରୁ ଧନୀ ବ୍ୟକ୍ତି ହୋଇଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସ୍ ଯିଏକି ଦୀର୍ଘ ଦିନ ଧରି ଶୀର୍ଷ କୋଟିପତିଙ୍କ ତାଲିକାରେ ନିଜର ଉପସ୍ଥିତି ଅନୁଭବ କରିଥିଲେ, କିନ୍ତୁ ତାଙ୍କୁ ବର୍ତ୍ତମାନ ଏହି ସ୍ଥାନ ଖସେଇବାକୁ ପଡ଼ିବ । ସେ ଦୁଇରୁ ତିନି ନମ୍ବର ସ୍ଥାନକୁ ଖସିଛନ୍ତି । ତେବେ ପୂର୍ବ ପରି ଏଲନ ମସ୍କ ଏକ ନମ୍ବର ସ୍ଥାନରେ ନିଜର ଦବଦବା ଜାହିର କରିଛନ୍ତି ।

  • Tags:

Subscribe

National International State Sports Entertainment